Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ରକ୍ତଦାନ ଶିବିର

ଗୋପାଳପୁର ୨୦/୧୨ ଗୋପାଳପୁର କଲେଜରେ ଆଜି ନୂଆ-ଓ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ଶିବିର କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ସି ଏଚ ଦିଲେଶ୍ଵର ରେଡି, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ୱରୀ ଦୋରା,ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଧେଶିକା ବିଷ୍ଣୁପ୍ରିୟା ନାୟକ, କଲେଜର ପୂର୍ବତନ ଅଧକ୍ଷ ଏସ. ରାମାରାଓ, ଏମ. ଚନ୍ଦ୍ର ଶେଖର, ସମାଜସେଵୀ ସନ୍ତୋଷ ପାତ୍ର, ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ, ପୂର୍ବତନ ଅଧକ୍ଷ ଶଶୀ ଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସlହିତ କରିଥିଲେ l ଏହି ଶିବିରରେ ବ୍ରହ୍ମପୁର ମେଡିକାଲ ବ୍ଲଡ ବ୍ୟାଙ୍କ ପକ୍ଷରୁ ଡା. ସୁଜ୍ଞାନୀ ନାୟକ, ଡା. ଅନୁରାଧା ମାଝୀ, ଦେବାଶିଷ ପଣ୍ଡା, ଅଶୋକ କୁମାର ବାଜୁବନ୍ଦ,ବହାଦୁର କାର୍କୀ, ରାମହରୀ ପଣ୍ଡା, ଶିବ ସଂଭୁ କହଁର, ପୂଜାରାଣୀ ମହାରଣା, ପ୍ରତୀକ୍ଷା ଦାଶ, ଲିଜା ସାହୁ, ଶୁଭଲକ୍ଷ୍ମୀ ବରାଡ଼ ଉପସ୍ଥିତ ରହି ୭୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l କଲେଜ ପକ୍ଷରୁ ଅତିଥି ମାନଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଏଥିରେ ରେଡ଼କ୍ରସ, ଏନ ଏସ ଏସ, ସ୍କାଉଟ, ଏନ ସି ସି, ଗାଇଡ଼ର ରୋଭର ଓ ରେଞ୍ଜର, କଲେଜ ଛାତ୍ର,ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ