Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ-ଓ ଯୁବ ଓଡ଼ିଆ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ।

ଗୋପାଳପୁର,୨୨/୧୨ ନୂଆ -ଓ ଯୁବ ଓଡ଼ିଆ, ନବୀନ ଓଡିଶା ଅନ୍ତର୍ଗତ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି l ବ୍ଲକ ଅଧିନସ୍ଥ ଚାରୋଟି ପଂଚାୟତରେ ବ୍ଲକ ସ୍ତରୀୟ କବାଡି, ଫୁଟବଲ, ଖୋ -ଖୋ, କ୍ରିକେଟ, ଭଳିବଲ ଓ ଅନ୍ୟ ଖେଳରେ ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟାକ୍ଷ ବିକ୍ରମ କୁମାର ପଣ୍ଡା, ବିଡ଼ିଓ ଅଂଶୁମାନ ମହାପାତ୍ର,ଗଞ୍ଜାମ ଜିଲା ପରିଷଦ ଉପସଭାନେତ୍ରୀ ଏସ ରାଜେଶ୍ୱରୀ ଦୋରା, ବ୍ଲକ ଅଧ୍ୟାକ୍ଷଙ୍କ ପ୍ରତିନିଧି ସିଏଚ ନରେଶ ପାତ୍ର ,ଉପାଧ୍ୟ୍ୟକ ଅନିତା ମାହାଙ୍କୁଡ,୫୪ ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ବିଇଓ ଦେବେନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଅଜିତ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ବନଜା ନାୟକ ପରିଚାଳନା କରିଥିଲେ l ଛାତ୍ର ଓ ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ ପରିବେଷଣ କରାଯାଇଥିଲା l କଠିନ ପରିଶ୍ରମ କଲେ ସ୍ୱପ୍ନ ସାକାର ହବ ସହ ଯୁବ ଓଡିଶା ଓ ନବୀନ ଓଡିଶାର ଭୂମିକା ନେଇ ବିଧାୟକ ପଣ୍ଡା ଅବଗତ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ର ଓ ଛାତ୍ରୀମାନଂକୁ ବିଧାୟକ ପଣ୍ଡା ପ୍ରଶଂସା କରିବା ସହ ସିଲ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଏବିଡ଼ିଓ ତ୍ରିପତି ବାଲାଜୀ ସାମନ୍ତରାୟ,ରଙ୍ଗେଈଲୁଣ୍ଡା ସିଡ଼ିପିଓ ଜ୍ୟୋସ୍ନା ପାଢ଼ୀ, ରାଜ୍ୟ ସମବାୟ ନିର୍ଦ୍ଧେଶିକା ବିଷ୍ଣୁପ୍ରିୟା ନାୟକ,ଭାରପ୍ରାପ୍ତ ଜିପିଓ ରୂପକ ରଞ୍ଜନ ସାମନ୍ତରାୟ, ଓଏସଡ଼ି ପ୍ରତାପ ଚନ୍ଦ୍ର ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ପଞ୍ଚାନନ ପ୍ରଧାନ,ସମାଜ ସେବୀ ରାମ ହରି ପାତ୍ର, ସରପଞ୍ଚ ଦଣ୍ଡପାଣି ବେହେରା, ପ୍ରଶାନ୍ତ ଦାସ, ଅସନ୍ତୁଲୁ ରେଡି, ରଶ୍ମିତା ପାତ୍ର,ସସ୍ମିତା ବେହେରା, ସମିତି ସଭ୍ୟ ପ୍ରବୀଣ କୁମାର, ଆଶିଷ ରାଉଳ,ବିଭୁତି ଭୂଷଣ ଲେଙ୍କା,ବିପିଏମ ଅଜୟ ଦାସ, ବିଏଲସି ପବିତ୍ର ଦୋରା, ଯଯାତି ପାତ୍ର, ରାଜେନ୍ଦ୍ର ରେଡି, ଲଲାଟେନ୍ଦୁ ଦାସ, ଧର୍ମ ରେଡି,ଜନପ୍ରତିନିଧି,ଛାତ୍ର, ଛାତ୍ରୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ