ଧର୍ମଶାଳା କଲେଜ ରେ ସମନ୍ଵିତ ଯୁବ ବିକାଶ ନୂଆଁ-ଓ କାର୍ଯ୍ୟକ୍ରମ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ନୂଆଁ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । “କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପାର୍ବଣ-୨୦୨୩ ” ନାମରେ ନାମିତ କରା ଯାଇଥିବା ଏହି ଉତ୍ସବରେ କ୍ରୀଡ଼ା ଓ ଖେଳକୁଦ , ନୃତ୍ୟ ଗୀତ , ଫେଶୋନ ସୋ , ସାମାଜିକ ସଚେତନତା ଶୋଭାଯାତ୍ରା , ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ ହୋଇଥିଲା । ଉଦଯାପନୀ ଉତ୍ସବର କଲେଜର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ପୌରୋହିତ୍ୟ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ମୁଣ୍ଡୋଘାଟ ସରପଞ୍ଚ କେଶନ୍ ଜଗଦଲା , ସାମ୍ବାଦିକ ରବୀନ୍ଦ୍ର ହୋତା , ସନ୍ତୋଷ କୁମାର ମିଶ୍ର ଯୋଗଦାନ କରି ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଖାଦ୍ୟ ଉତ୍ସବ ପ୍ରତିଯୋଗିତାରେ ବିଚାରକ ଭାବରେ କାଶିନାଥ ମିଶ୍ର , ଗୋବିନ୍ଦ ପଧାନ ଓ ରୁବି ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉମେଶ କୁମ୍ଭାରଙ୍କ ନିର୍ଦେଶନାରେ ଛାତ୍ରୀମାନଙ୍କ ଦ୍ବାରା ଆବାହନୀ ସଂଗୀତ ପରିବେଷଣ ହୋଇଥିଲା ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ବାରା ଦଣ୍ଡନୃତ୍ୟ “ଆମ ଓଡ଼ିଶା” ଏବଂ ମାଷ୍ଟର ବୀରଙ୍କ ନିର୍ଦେଶନାରେ ଛାତ୍ରୀଛାତ୍ରମାନଙ୍କ ଦ୍ବାରା ପାରମ୍ପରିକ ଗୋଷ୍ଠୀନୃତ୍ୟ ପରିବେଷିତ ହୋଉଥିଲା । ଡକ୍ଟର ପୁରୁଷୋତ୍ତମ ମିଶ୍ର କାର୍ଯ୍ୟକ୍ରମଗୁଡ଼ିକ ସଂଯୋଜନା କରିଥିଲେ । ପ୍ରାଧ୍ୟାପିକା ନମିତା ରଥ , ସୌମିତ୍ରି ପଧାନ , ପ୍ରତୁଳ ତ୍ରିପାଠୀ , ପ୍ରଫୁଲ୍ଲ ପାତ୍ର , ସତ୍ୟ ମହାକୁଡ଼ , ଗଦାଧର ପଧାନ , ବିଭୀଷଣ ଓ ନୀଳାମ୍ବର ପଧାନ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I