Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାପଲ୍ଲୀ ପଂଚାୟତ ପକ୍ଷରୁ କ୍ରୀଡ଼ାବିତ୍ତଙ୍କୁ ସମ୍ବର୍ଦ୍ଧନା

ଗୋପାଳପୁର ୨୪/୧୨ କରାପଲ୍ଲୀ ପଞ୍ଚାୟତ ରେ ଆଜି ସରପଞ୍ଚ ଏସ.ମେନକା ରେଡ୍ଡୀ ଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ସରକାରଙ୍କ ନୂଆ-ଓ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ କ୍ରିକେଟ,ଭଲିବଲ ମ୍ୟାଚ ପ୍ରମୁଖ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କ୍ରିକେଟ ମ୍ୟାଚର ଫାଇନାଲ ମ୍ୟାଚ୍ କିର୍ତ୍ତୀପୁର ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କରାପଲ୍ଲୀ ପଞ୍ଚାୟତ ୱିନର ହୋଇ ୨୦ ହଜାର ଟଙ୍କା ଅର୍ଥରାଶି ପାଇଥିବା ବେଳେ ବାଲାଜୀ ବିଦ୍ୟାପୀଠ ଖେଳ ପଡିଆରେ ଭଲିବଲ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା l ଏଥିରେ ରନର ହୋଇ ୧୫ ହଜାର ଟଙ୍କା ଅର୍ଥରାଶି ପାଇଁ ଥିବାରୁ କରାପଲ୍ଲୀ ପଞ୍ଚାୟତ ର ଗୌରବ ରଖିଥୁବାରୁ କ୍ରୀଡ଼ାବିତ୍ତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ସରପଞ୍ଚ କ୍ରୀଡ଼ାବିତ୍ତଙ୍କୁ ଉତ୍ସlହିତ କରିବା ସହ ଆଗାମୀ ଦିନରେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ l ତାହାସହ ସ୍ୱାସ୍ଥ୍ୟକୁ ନଜର ରଖି ଆବଶ୍ୟକ ଥିବା ଖେଳ ପଡିଆ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ସମ୍ବର୍ଦ୍ଧନା ବେଳେ ବିଜେଡ଼ି ନେତା ଏସ. ଧର୍ମରାଜ ରେଡି, ପିଇଓ ସୁଜାତା ପଟନାୟକ, ସମିତିସଭ୍ୟ ଏମ. ଦିଲେଶ୍ଵର ରେଡି, ନାଏବ ସରପଞ୍ଚ ଡ଼ି. ପୁରୁଷୋତ୍ତମ, ବିକ୍ରମପୁର ନାଇଡୁ ଏମ. ନାରସିମୁଲୁ ରେଡି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ