Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଥେଲେଟିକ ପୁରୁଷ ଓ ମହିଳା ଦଳ ଗସ୍ତ

ଗୋପାଳପୁର ୨୪/୧୨ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଥେଲେଟିକ ପୁରୁଷ ଓ ମହିଳା ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି।ଭୁବନେଶ୍ୱର ସ୍ଥିତ କିଟ ବିଶ୍ଵବିଦ୍ୟାଳୟ ରେ ଚଳିତ ମାସ ୨୬ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ବର୍ଗ ର ଅଲ୍ ଇଣ୍ଡିଆ ଅନ୍ତଃ ବିଶ୍ଵବିଦ୍ୟାଳୟ ଓ ପୁରୁଷ ବର୍ଗର ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା ରେ ଖେଳାଳୀ ମାନେ ଭାଗ ନେବା ପାଇଁ ଗସ୍ତ କରିଛନ୍ତି। ମହିଳା ବର୍ଗରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ରୁ ପାୟଲ କୁମାରୀ ସାହୁ, ଉମରକୋଟ ପେଣ୍ଡ୍ରlଣୀ କଲେଜରୁ କୁସ୍ମିତା ଭୁୟାଁ,ଫୁଲବାଣୀ କଲେଜରୁ ପଞ୍ଚମୀ ମଲ୍ଲିକ,ସିମିଳିଗୁଡା କଲେଜରୁ ଗୌରୀ କିଶାନି ଓ ସମାରି ହାଞ୍ଜରିଆ ରହିଥିବା ବେଳେ ପୁରୁଷ ବର୍ଗରେ ସlମନ୍ତିଆପଲ୍ଲି କଲେଜରୁ ସାଇ କିରଣ ସାହୁ,ରାଇକିଆ ଜେ ଜେ ମହାବିଦ୍ୟାଳୟ ରୁ ଆକାଶ ସିଂ,ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜ ରୁ ରତ୍ନାକର ପଲଟlସିଂ,ସିମିଳିଗୁଡା କଲେଜରୁ ପଦ୍ମନ ହନ୍ତାଳ,ଏସ କେ ସି ଜି ପାରଳାଖେମୁଣ୍ଡି କଲେଜରୁ ଅଭିଷେକ ପଣ୍ଡା ଓ ନିର୍ମଳ ଜେନା,ଜୟପୁର ବିକ୍ରମ ଦେବ କଲେଜରୁ ଅଶୋକ କୁମାର ବେହେରା ରହିଥିବା ବେଳେ ମେନେଜର ଭାବେ ଛତ୍ରପୁର କଲେଜର ପି ଇ ଟି ସନ୍ତୋଷ କୁମାର ବିଷୋୟୀ,କୋଚ୍ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଏସ ଓ ଇ ର ଆସିଷ୍ଟାଣ୍ଟ ପ୍ରଫେସର ସୁନୀତା ପାତ୍ର ଦଳରେ ଗସ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ