Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ବ୍ଯାଡମିନ୍ଟନ ଟୁର୍ନାମେଣ୍ଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ଥିବା ବେଡମିଣ୍ଟନ କୋଟ ରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମ୍ୟାଚ୍ କୁ ଏ ଏସ ଆଇ ସନ୍ତୋଷ କୁମାର ଗୌଡ ଉଦଘାଟନ କରିଥିଲେ । ଏହି ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ତେର ଗୋଟି ଦଳ ସାମିଲ ହୋଇଛନ୍ତି । ଉଦଘାଟନୀ ମ୍ୟାଚରେ ସୁବଳୟା ର କାନହା ଓ ପାଟନର୍ ଦେଉଳମୁଣ୍ଡା ର ସତ୍ୟ ଓ ପାର୍ଟନର କୁ ପରାସ୍ତ କରିଥିଲେ । ମ୍ୟାଚ୍ ରେ ଜଗନ୍ନାଥ , ପ୍ରମୋଦ , ଜଗା , ପରିତୋଷ , ରମାକାନ୍ତ , ଗିରିଧାରୀ , ରାଜା , ଦିଲ୍ଲୀପ , ଗୋପୀ , ମନ , ରାଧାକାନ୍ତ , ଜଗନ୍ନାଥ , ମନୋଜ , ବିଚିତ୍ରା , ଗଙ୍ଗାଧର , ବୃଷକେତୁ , ରାମେଶ୍ବର , ପ୍ରଦ୍ୟୁମ୍ନ ପ୍ରମୁଖ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ । ଖେଳକୁ କିଶୋର ମୋହନ ଡାଙ୍ଗ ପରିଚାଳନା କରିଥିଲେ ।