Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଖମାର ମଠ ରେ ବ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ 251 ପ୍ରକାର ଭୋଗ ଅର୍ପଣ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ବରାହପଦର ମଠରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି ।‌ ମଠାଧୀଶ ନୃତ୍ୟଗୋପାଳ ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୁରୀ ମହନ୍ତ ଗୋବିନ୍ଦ ଦାସ ଶାସ୍ତ୍ରୀ ଯୋଗଦେଇ ଥିବା ବେଳେ ଅଞ୍ଚଳର ବିଭିନ୍ନ ମଠର ସାଧୁସନ୍ଥ ତଥା ଆଖପାଖ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଧା କୃଷ୍ଣ ଙ୍କ ପୂଜାର୍ଚ୍ଚନା ସହ ତାଙ୍କଠାରେ ୨୫୧ ପ୍ରକାରର ବିବିଧ ବ୍ୟଞ୍ଜନାଦି ଅର୍ପଣ କରା ଯାଇଥିଲା । ଶ୍ରଦ୍ଧାଳୁ ଭକ୍ତଜନଙ୍କ ଭଜନ, ସଙ୍କୀର୍ତ୍ତନ ରେ ମଠ ପରିସର ଉଛୁଳି ଉଠିଥିଲା। ଏହି କାର୍ଯ୍ୟକ୍ରମ ରେ ରାମକୃଷ୍ଣ ପୁରୋହିତ ଓ ସାରଙ୍ଗଧର ଦାସ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ସମ୍ପାଦକ କଳାକାହ୍ନୁ ମହାପାତ୍ର, ଶ୍ରବଣ କୁମାର ଅଗ୍ରୱାଲ , ସହଦେବ ପଧାନ , ଲବ ପଧାନ, ଘାସିରାମ ବାରିକ , ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ସୁବଳୟା , ଚନ୍ଦଲୀ , ବାଗବର , ଟିଠିପାଲି , ଦେଉଳଝରି , ଭଙ୍ଗାମୁଣ୍ଡା ଆଦି ସ୍ଥାନମାନଙ୍କରେ ଥିବା ରାଧାକୃଷ୍ଣ ମଠରେ ମଧ୍ୟ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ