Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କତରବଗା କେଏନବି ହାଇସ୍କୁଲ ରୋପ୍ୟ ଜୟନ୍ତୀ ଉଦଯାପିତ

ଝାରସୁଗୁଡ଼ା ୨୫/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ଗ୍ରାମ ପଞ୍ଚାୟତ ସ୍ଥିତ କ୍ଷମାନିଧି ଭୋଇ ହାଇସ୍କୁଲରେ ଦୁଇ ଦିନଧରି ଚାଲିଥିବା ରୋପ୍ୟ ଜୟନ୍ତୀ ସମାରୋହ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇ ଯାଇଛି ।
ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଦୀପ୍ତ ସା ଏବଂ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ,ତହସିଲଦାର ସଦାକର କୁମ୍ଭାର, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଯଶୋବନ୍ତ ସାହୁ, ସ୍ଥାନୀୟ ସରପଞ୍ଚ ସୁମିତ୍ରା ଖମାରୀ, ଅର୍ଜୁନ ପଧାନ, ରତ୍ନାକର ସା, କେଶବ ସାହୁ ,ସୁରେନ୍ଦ୍ର ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ସାହୁ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ସୁମେଶ ରଣା ମଞ୍ଚ ପରିଚାଳନା କରିଥିଲେ । ସେହିପରି ବିଦ୍ୟାଳୟଲର ପ୍ରଧାନ ଶିକ୍ଷକ ମନୋହର ପଧାନ ବିବରଣୀ ପଠନ , ସହକାରୀ ଶିକ୍ଷକ ଦିନେଶ ଖମାରୀ ସ୍ୱାଗତ ଭାଷଣ ପ୍ରଦାନ ଏବଂ ସହକାରୀ ଶିକ୍ଷକ ନେତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ଵିତୀୟ ପର୍ଯ୍ୟାୟ ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଭାବେ ସରୋଜ କୁମାର ମିଶ୍ର ଏବଂ ଅତାବିରା ସରପଞ୍ଚ ସଞ୍ଜିତ ପଧାନ,ଅବସରପ୍ରାପ୍ତ ଶିକ୍ଷକ ଲବ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋହର ପଧାନ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ ।
ସେହିପରି ଉଦଯାପନୀ ଉତ୍ସବରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ମୁଖ୍ୟ ବକ୍ତା ଏବଂ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, କତରବଗା ସରପଞ୍ଚ ସୁମିତ୍ରା ଖମାରୀ, ଲଖନପୁର ସରପଞ୍ଚ ଆରତୀ ପଧାନ,ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପଧାନ, ଅବସରପ୍ରାପ୍ତ ଶିକ୍ଷକ ଲବ ପଧାନ, ସମାଜସେବୀ ଦ୍ଵିତୀୟ ଭୋଇ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ସୁଜିତ ସିଂ,ଯୁବନେତା ରାଧେଶ୍ୟାମ ପଧାନ, ପରିଚାଳନା କମିଟିର ସଭାପତି ପ୍ରସନ୍ନ ସାହୁ, ଅର୍ଜୁନ ପଧାନ,ଉମେଶ ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ନିମନ୍ତ୍ରୀତ ଅତିଥି ମାନେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମନୋହର ପଧାନ ସଭାପତିତ୍ୱ କରିବା ସହ ବାର୍ଷିକ ବିବରଣୀ ପଠନ ଓ ସ୍ୱାଗତ ଭାଷଣ ଦେଇଥିଲେ । ସହକାରୀ ଶିକ୍ଷକ ସୁମେଶ ରଣା ଅଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ସହକାରୀ ଶିକ୍ଷକ ଦିନେଶ ଖମାରୀ ମଞ୍ଚ ସଂଚାଳନ ଏବଂ ଶିକ୍ଷକ ନେତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କତରବଗା ପଞ୍ଚାୟତ ବାସୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ