Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚଗାଁ ଦେବକୀଦେବୀ ହାଇସ୍କୁଲରେ ରୋପ୍ୟ ଜୟନ୍ତୀ ପାଳନ

ଝାରସୁଗୁଡ଼ା ୨୫/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଚାରଢ଼ିପା ସ୍ଥିତ ଦେବକୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ଵି-ଦିବସୀୟ ରୋପ୍ୟ ଜୟନ୍ତୀ ସମାରୋହ ରବିବାର ଠାରୁ ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବ ଅବସରପ୍ରାପ୍ତ ଶିକ୍ଷକ ଗିରିଶ ବିଶ୍ଵାଳ ମୁଖ୍ୟ ଅତିଥି ,ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୁଖ୍ୟ ବକ୍ତା ଏବଂ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପୂର୍ବତନ ସଭାପତି ରବିରତ୍ନ ପଧାନ, ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ ଓ ଜଗଦୀଶ ପ୍ରସାଦ ମିଶ୍ର,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ,ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,ମଚିଦା ସରପଞ୍ଚ ସଂଯୁକ୍ତା ବେହେରା, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ପଲସଦା ସରପଞ୍ଚ ତନୟା ଚାନ୍ଦ, ପୂର୍ବତନ ସରପଞ୍ଚ ଜଗମୋହନ ପଧାନ, ଉପଦେଷ୍ଟା ପ୍ରସନ୍ନ ପଧାନ, ବେଦପତି ପଧାନ, ଦୟାକର ପଧାନ,ଈଶ୍ୱର ଚନ୍ଦ୍ର ବାରିକ, ହେମଚନ୍ଦ୍ର ଖମାରୀ,ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାବତୀ ପଧାନ, ପଞ୍ଚସଖା ଏମଇ ସ୍କୁଲ ର ପ୍ରଧାନ ଶିକ୍ଷକ ଧ୍ରୁଵ ଚରଣ ସ୍ୱାଇଁ, ଭିକମପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ମାନେ ମଧ୍ୟ ଯୋଗଦାନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ରୋପ୍ୟ ଜୟନ୍ତୀ ପରିଚାଳନା କମିଟିର ସଭାପତି ସୁଦାମ ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ନନ୍ଦଲାଲ ସାହୁ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପଠନ କରିଥିଲେ ।
ପ୍ରଥମେ ନିମନ୍ତ୍ରୀତ ଅତିଥି ମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ ପରେ ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସହକାରୀ ଶିକ୍ଷୟିତ୍ରୀ କନକଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଦ୍ଵିତୀୟ ସୋପାନରେ ଗୁରୁ ବନ୍ଦନା ଗାନ କରିବା ସହ ସମସ୍ତ ଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ଗୁରୁପୂଜା କରିଥିଲେ । ସାନ୍ଧ୍ୟ ଅଧିବେଶନରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ଲଖନପୁର ସରପଞ୍ଚ ଆରତୀ ପଧାନ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ରଘୁନନ୍ଦନ ପଣ୍ଡା ସମ୍ମାନିତ ଅତିଥି ରୂପେ ମଞ୍ଚସିନ ଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ଫକୀର ସାହୁ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ନନ୍ଦଲାଲ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସୁଦାମ ପଧାନ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ରୋପ୍ୟ ଜୟନ୍ତୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପୁରାତନ ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରୀ,ଅଞ୍ଚଳବାସୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନେ ସହଯୋଗ କରୁଛନ୍ତି । ଏହା ସୋମବାର ଦିନ ଉଦଯାପିତ ହେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

More Stories