Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୃହକର୍ତ୍ତା ଙ୍କ ଉପସ୍ଥିତ ରେ ଦୁର୍ବତ୍ତ ମାନେ ଘରୁ ସୁନା,ରୂପା ଓ ଟଙ୍କା ଚୋରି କରିନେଲେ

ଗୋପାଳପୁର ୨୫/୧୨ ଗୋପାଳପୁର ଥାନା ଅନ୍ତର୍ଗତ ବଡ଼କୁସସ୍ଥଳୀ ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପଛ ସାହିର ଏକ ଘର ରୁ ଗୃହକର୍ତ୍ତା ସମେତ ଘରର ସମସ୍ତ ସଦସ୍ୟ ଥିବା ସତ୍ତ୍ୱେ ଦୁର୍ବତ୍ତ ମାନେ ସୁନା,ରୂପା ଓ ଟଙ୍କା ଚୋରି କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଯାହାର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି l ସୂଚନା ପ୍ରକାରେ ବଡ଼କୁସସ୍ଥଳୀ ଗ୍ରାମର ରାଧାକୃଷ୍ଣ ମନ୍ଦିର ପଛପଟ ସାହିରେ ରହୁଥିବା ଶଙ୍କର ଜେନା ଓ ତାଙ୍କ ପରିବାର ଗତକାଲି ବଣ ଭୋଜିରୁ ଫେରି କ୍ଲାନ୍ତ ହୋଇ ଶୋଇ ପଡ଼ିଥିଲେ l ଏହାର ସୁଯୋଗ ନେଇ ଦୁର୍ବତ୍ତ ମାନେ ବାରିପଟ କବାଟ ଭାଙ୍ଗି ଘରେ ପଶି ମଝି ଘରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ଆନୁମାନିକ ୧୦ ତୁଳା ସୁନା,୫ ତୁଳା ରୂପା,ନଗଦ ଏକ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପ୍ରକାରେ କେସ ନଂ ୫୨୬/୨୩ ମାମଲା ରୁଜୁ କରି ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛନ୍ତି । ତଦନ୍ତ ଜାରି ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି l ଘରର ସମସ୍ତ ସଦସ୍ୟ ଘରେ ଥିବାବେଳେ କିପରି ଦୁର୍ବତ୍ତ ମାନେ ଚୋରି କରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହା ସହ ଚୋର ମାନେ ଘରର ସଦସ୍ୟ ବଣଭୋଜି ରୁ ଫେରିବା ପରେ କ୍ଳାନ୍ତ ହୋଇ ଶୋଇପଡିବା ନେଇ ଜାଣିଥିବା ଏବଂ ଚୋରି କରିବାରେ ସଫଳ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories