Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାବା ହରିଶଙ୍କର ସ୍ୱାମୀ ହେଲେ ଓଡିଶା ପାଇଁ ଧର୍ମାଚାର୍ଯ୍ୟ ମୋର୍ଚ୍ଚା ର ରାଜ୍ୟ ସଭାପତି

ବେଲଗୁଣ୍ଠା, 26/12, ଗୋ-ସମ୍ପଦର ସୁରକ୍ଷା ଏବଂ ବୃଦ୍ଧି ନିମନ୍ତେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ମା ସନ୍ତୋଷୀ ପୀଠର ବାବା ହରିଶଙ୍କର ସ୍ଵାମୀଙ୍କୁ ଓଡିଶା ପାଇଁ ଧର୍ମାଚାର୍ଯ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ରୂପେ ନିଯୁକ୍ତ କରିଛି ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀ ସଂଗଠନ I ବାବା ହରି ଶଙ୍କର ସ୍ୱାମୀ ଏକ ବର୍ଷ ପାଇଁ ଏହି ପଦବୀରେ ରହିବେ I ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀ ସଂଗଠନର ପ୍ରତିଷ୍ଠାତା ଠାକୁର୍ ଜୀସାନ୍ ଚୌହାନ୍ ଜୀ, ରାଷ୍ଟ୍ରୀୟ ପୃଷ୍ଠପୋଷକ କପିଲ୍ ରାଜା ମହାରାଜ,ଅନନ୍ତ ସରସ୍ଵତୀ ମହାରାଜ,ଆଚାର୍ଯ୍ୟ ପଙ୍କଜ କ୍ରିଷ୍ଣ ମହାରାଜ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିପି ସିଂ,ରାଷ୍ଟ୍ରୀୟ ପୃଷ୍ଠପୋଷକ ସ୍ୱାମୀ ଜିତେନ୍ଦ୍ର ମହାରାଜ,ଧର୍ମାଚାର୍ଯ୍ୟ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ସ୍ୱାମୀ ଆତ୍ମ ବୋଧାନନ୍ଦ ପୁରୀ ମହାରାଜ୍ ପ୍ରମୁଖ ବାବା ହରି ଶଙ୍କର ସ୍ୱାମୀଙ୍କୁ ରାଜ୍ୟ ସଭାପତି ରୂପେ ମନୋନୀତ କରିଛନ୍ତି I ବାବା ହରିଶଙ୍କର ସ୍ୱାମୀ ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀ ସଂଗଠନ ଦ୍ୱାରା ଧର୍ମାଚାର୍ଯ୍ୟ ମୋର୍ଚ୍ଚା ପାଇଁ ରାଜ୍ୟ ସଭାପତି ରୂପେ ମନୋନୀତ ହେବାପରେ ସେ ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀ ସଂଗଠନକୁ କୃତଜ୍ଞତା ଜଣାଇବା ସହିତ ରାଜ୍ୟର ସମସ୍ତ ତିରିଶି ଜିଲ୍ଲାରେ ଗୋସଂପଦର ସୁରକ୍ଷା ସହିତ ଗୋଚାଲାଣ, ଗୋହତ୍ୟା ରୋକିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି I