Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୭ ତମ ଆତ୍ମଗୀତା ଜୟନ୍ତୀ ଓ ମାର୍ଗଶୀର ମେଳା ଉଦଯାପିତ

ଝାରସୁଗୁଡା ୨୮/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ତଥା ଆଧ୍ୟାତ୍ମିକ ଶକ୍ତି ପୀଠ କୋଇଲି ଘୋଘର ସ୍ଥିତ ପବିତ୍ର ତପୋଭୂମି ଶାନ୍ତି କୁଟୀରରେ ଅନୁଷ୍ଠିତ ୭୭ ତମ ଆତ୍ମଗୀତା ଜୟନ୍ତୀ ଓ ମାର୍ଗଶୀର ମେଳା ବୁଧବାର ଉଦଯାପିତ ହୋଇ ଯାଇଛି । ଶୁକ୍ରବାର ସନ୍ଧ୍ୟାରେ କଲସ ଯାତ୍ରା,ପୂର୍ଣ୍ଣଘଟ ସ୍ଥାପନ ସହ ଶ୍ରୀ ଆତ୍ମଗୀତା ଯଜ୍ଞ ଅଧିବାସ ପୂଜା ହୋଇଥିବା ବେଳେ ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଅହୋରାତ୍ର ଶ୍ରୀ ମଦ୍ ଆତ୍ମଗୀତା ଅମୂଳ ଚୂଳ ପଠନ, ହବନ ସହ ଶ୍ରୀ ଗୁରୁ ଭଗବାନ ସୋହଂସ୍ୱାମୀ ଙ୍କ ଷୋଡଶ ଉପଚାର ପୂଜା ବିଧି ପୂର୍ବକ ଅନୁଷ୍ଠିତ ହୋଇଥିଲା । ସେହିପରି ସୋମବାର ସନ୍ଧ୍ୟାରେ ଶ୍ରୀ ଗୁରୁଙ୍କ ଅଷ୍ଟପ୍ରହରି ନାମଯଜ୍ଞର ଶୁଭ ଅଧିବାସ ଆରମ୍ଭ ହୋଇ ମଙ୍ଗଳବାର ପଵିତ୍ର ମାର୍ଗଶୀର ପୂର୍ଣ୍ଣିମା ଦିନ ଭକ୍ତିମୟ ପରିବେଶ ମଧ୍ୟରେ ସମାପନ ହୋଇଥିଲା । ଅନୁଷ୍ଠିତ ହୋଇଥିବା ଏହି ନାମଯଜ୍ଞରେ ଝାରୁପଡା, ଛୁଇଁଖାଞ୍ଚ, ପଲସଦା, ଝରାପଡ଼ା,ରୋହିଣୀ, ଏକାତାଲି, ବିଶାଳଖିଣ୍ଡା, ଗୈକନପାଲି, ନେତନାଗର ଓ ଅମଳିପାଲି(ଛ.ଗ) ଏବଂ ଭଗାନଇ (କେନ୍ଦୁଝର)ର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ନାମ ଜପନ କରିବା ସହ ନଗର ଭ୍ରମଣ କରିଥିଲେ । ଏହି ଅବସରରେ ପ୍ରତ୍ୟହ ସାଧୁସନ୍ଥ ମାନେ ପ୍ରବଚ ମାଧ୍ୟମରେ ଶ୍ରୀ ମଦ ଆତ୍ମଗୀତା ମାହାତ୍ମ୍ୟ,ଶ୍ରୀ ଗୁରୁ ସୋହଂସ୍ୱାମୀ ଙ୍କ ଜୀବନୀ ଓ କୋଇଲି ଘୋଘର ପୀଠର ପବିତ୍ରତା ଓ ମହନୀୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଭକ୍ତ ମାନଙ୍କୁ ବୁଝାଇ ଥିଲେ । ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କରା ଯାଇଥିଲା ।
ଏହି ପବିତ୍ର ଯଜ୍ଞସ୍ଥଳକୁ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ବିଜେଡି ଜିଲ୍ଲା ସମ୍ପାଦକ ବିଶ୍ୱନାଥ ନାୟକ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ,ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନ ଏବଂ କୋଇଲି ଘୋଘର ବିକାଶ ପରିଷଦ କମିଟି ର ସଭାପତି ପ୍ରସନ୍ନ କୁମାର ପ୍ରଧାନ, ସମ୍ପାଦକ ନିର୍ମଲ ପଧାନ, ତୁଷାରାମ ପଧାନ, ଦିଲ୍ଲୀପ ପଧାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ଗୁରୁ ଜୀ ଙ୍କ ଆଶୀର୍ବାଦ କାମନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ