Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵଛ ଦୁଗ୍ଧ ଉତ୍ପାଦନ ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡା ୨୮/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲିରେ ରାଷ୍ଟ୍ରୀୟ ଡେରିବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିଃ ସମ୍ବଲପୁର ପକ୍ଷରୁ ବୁଧବାର ଏକ ସ୍ଵଛ ଦୁଗ୍ଧ ଉତ୍ପାଦନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଝାରସୁଗୁଡା ମାଳିଡ଼ିହି ବୋର୍ଡ଼ ଡ଼ାଇରେକ୍ଟର ପଦ୍ମାବତୀ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ରୋହିତ ଧୁରୁଆ, କନକତୋରା ପ୍ରାଣୀ ଚିକିତ୍ସକ ଡ ବିଭୁଦତ୍ତ ପଣ୍ଡା,କ୍ଷେତ୍ର ପରିଦର୍ଶକ ବିଷ୍ଣୁ ପ୍ରସାଦ ଗନ୍ଧା ଓ ସମୀର ରଞ୍ଜନ ଗୌଡ଼, ଭିକମପାଲି ପ୍ରାଣୀଧନ ନିରୀକ୍ଷକ ସୁରସେନ ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସମିତି ସ୍ତରରେ ସ୍ଵଛ ଦୁଗ୍ଧ ଉତ୍ପାଦନ, ଗାଈ ମାନଙ୍କ ଯତ୍ନ ଓ ଚିକିତ୍ସା ଏବଂ ସରକାରଙ୍କ ଠାରୁ ମିଳୁଥିବା ବିଭିନ୍ନ ପ୍ରକାର ସହାୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ଦୁଗ୍ଧ ଚାଷୀ ମାନଙ୍କୁ ବୁଝାଇ ଥିଲେ । ଏଥିରେ ମହାସିଂ ସ୍ଥିତ ଦୁଗ୍ଧ ଶୀତଳି କରଣ କେନ୍ଦ୍ର ପକ୍ଷରୁ ଶରତ ଚନ୍ଦ୍ର ବିଶ୍ଵାଳ, ଅର୍ଜୁନ ବାରିକ, ସଞ୍ଜିତ ସା, ସୁନୀଲ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ ଏବଂ ଅଞ୍ଚଳର ବହୁ ସଂଖ୍ୟାରେ ଦୁଗ୍ଧ ଚାଷୀ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ