Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲଖନପୁର ନୂତନ ଶିବମନ୍ଦିର ପରିଚାଳନା କମିଟି ଗଠିତ

ଝାରସୁଗୁଡା ୨୮/୧୨(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସଦର ମହକୁମା ଲଖନପୁର ଗ୍ରାମର ଦୀର୍ଘ ଦଶନ୍ଧିର ପୁରୁଣା ଶିବ ମନ୍ଦିରର କାୟା ପରିବର୍ତ୍ତନ କରି ନୂତନ ଭାବେ ନିର୍ମାଣ କରା ଯାଉଛି । ଏଥିପାଇଁ ମନ୍ଦିରର ରତ୍ନମୁଦ ଓ କୁମ୍ଭ ଭରଣ ଉତ୍ସବ ଆସନ୍ତା ୨୦୨୪ ମସିହା ଫେବୃଆରୀ ୫ ତାରିଖରେ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିରୀକୃତ ହୋଇଛି । ସେଥିପାଇଁ ଶିବ ମନ୍ଦିର ପ୍ରାଙ୍ଗଣରେ ଲଖନପୁର ଗ୍ରାମବାସୀଙ୍କ ଉପସ୍ଥିତିରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶିବ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି, ନୂଆଁ ମନ୍ଦିରର ରତ୍ନମୁଦ ଉତ୍ସବ ତଥା ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଏକ ନୂଆଁ ପରିଚାଳନା କମିଟି ଗଠନ କରାଯାଇଛି। ନୂତନ ଭାବେ ଗଠନ କରା ଯାଇଥିବା କମିଟିରେ ସୁରେନ୍ଦ୍ର ଜୟସ୍ୱାଲଙ୍କୁ ସଭାପତି, ପଦ୍ମଲୋଚନ ସାହୁଙ୍କୁ ଉପ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ହରିହର ମିଶ୍ରଙ୍କୁ ସମ୍ପାଦକ, କ୍ଷେତ୍ରମୋହନ ସାହୁଙ୍କୁ ସହ ସମ୍ପାଦକ ଓ ରୁଦ୍ରପ୍ରସାଦ ନାଏକଙ୍କୁ କୋଷାଧ୍ୟକ୍ଷ ଏବଂ ବେଣୁଧର ଭୋଇ, ଝୁମେରଲାଲ ହାତୀ, କିଶୋର ଚନ୍ଦ୍ର ପଧାନ, ସଂକୀର୍ତ୍ତନ ପାଣିଗ୍ରାହୀ ଓ ଚେମାକାନ୍ତ ପଧାନଙ୍କୁ ଉପଦେଷ୍ଟା ରୂପେ ରଖାଯାଇଛି । ନୂତନ ମନ୍ଦିରର ରତ୍ନମୁଦ ଓ କୁମ୍ଭ ଭରଣ କାର୍ଯ୍ୟକ୍ରମର ପୂଜାବିଧି ସମ୍ପାଦନ ନିମନ୍ତେ ସ୍ଥାନୀୟ ପଣ୍ଡିତ ସଂକୀର୍ତ୍ତନ ପାଣିଗ୍ରାହୀ ଓ ଆଲୋକ ତ୍ରିପାଠୀଙ୍କୁ ଦାୟିତ୍ୱ ପ୍ରଦାନ କରା ଯାଇଥିବା ସଭାର ସଭାପତି ସୂଚନା ଦେଇଛନ୍ତି।

More Stories