Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ବିଭାଗ ଉପଦେଷ୍ଟା ବୀରମହାରାଜପୁର ପରିଦର୍ଶନ

ବୀରମହାରାଜପୁର (ସୌମିତ୍ରି ମେହେର) : ବୀରମହାରାଜପୁର ବ୍ଲକ ସଭାଗୃହ ରେ ଶୁକ୍ରବାର ପୂର୍ବାହ୍ନରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର ଙ୍କ ଗସ୍ତ ଦିବସରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଶୀଳନ ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଥିଲା । ଉକ୍ତ ବୈଠକରେ ମିଶନ ଶକ୍ତି ଓ ବିଭିନ୍ନ ବିଭାଗର ସହଭାଗିତା ରେ ମହିଳା ଗୋଷ୍ଠୀ ମାନଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଜୀବିକା ସମ୍ବର୍ଦ୍ଧୀୟ କାର୍ଯ୍ୟକ୍ରମର ଅନୁଶୀଳନ କରାଯିବା ସହିତ ସଚେତନତା ଉପରେ ଆଲୋଚନା କରାଯାଇଥିଲା । ବିନା ସୁଧରେ ମହିଳା ସ୍ବୟଂ ସହାୟକ ଗ୍ରୃପ ମାନଙ୍କୁ ୫ ଲକ୍ଷ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା ଏବଂ ମିଶନ ଶକ୍ତି ଏକ ଯୋଜନାରୁ ଏକ ବିଭାଗ ରେ ପରିଣତ ହେବା କଥା ମଧ୍ୟ ପ୍ରକାଶ କରିଥିଲେ। ମହିଳା ମାଆ ମାନେ ଆଗକୁ କିପରି ଭଲ କାମ କରି ନିଜ ବ୍ଳକ ତଥା ଜିଲ୍ଲା ର ଗାରିମା ବୃଦ୍ଧି କରିବା ଦିଗରେ ଅନେକ ଉପଦେଶ ପ୍ରଦାନ କରିଥିଲେ। ପ୍ରଥମେ ମିଶନ ଶକ୍ତି ମହିଳା ମାନଙ୍କ ପକ୍ଷରୁ ବ୍ଳକ ସଭାଗୃହ ଠାରେ ସ୍ବାଗତ କରାଯାଇଥିଲା । ସଭା କାର୍ଯ୍ୟ ପରେ ନୂତନ ଭାବେ ନିର୍ମାଣ ହୋଇଥିବା ମିଶନ ଶକ୍ତି କାର୍ଯ୍ୟାଳୟରକୁ ପରିଦର୍ଶନ କରିଥିଲେ । ସେଠାରେ ସି ଆର ପି ସଂଘ , ଏମ ବି କେ ସଂଘ , ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ ଫୁଳତୋଡା ଦେଇ ବିପୁଳ ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭା କାର୍ଯ୍ୟରେ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ , ଡିପିସି ବିଶ୍ଵଜିତ ପରିଡ଼ା , ବିପିସି ଶାନ୍ତାନୁ କୁମାର ମେହେର , ବିପିଏମ ମୋନଜ ବାଘ , ବିଏଲସି ରମାକାନ୍ତ ହରିପାଳ ,ଏସଡିସି ରଞ୍ଜତ ଖମାରୀ ଓ ମିଶନ ଶକ୍ତି ସଦସ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ