ଖଣ୍ଡହତା କଲେଜ ରେ 2020 ବ୍ୟାଚ୍ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୦ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଜଗବନ୍ଧୁ ବେରିହା , ଅଧ୍ୟାପକ ଶରତ ଭୋଇ , ଗୋପାଳ ସାହୁ , ଧନଞ୍ଜୟ ସାହୁ , ମଧୁସୂଦନ କର୍ଣ୍ଣ , ରାଜୀବ ମହାପାତ୍ର , ସୁମନ୍ତ ଦଳେଇ , ସତ୍ୟମୋହନ ପଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଶୋକ ଗାଈଗରିଆ , ଆଶିଷ ପାତ୍ର, ରାଜେଶ ମହାକୁର , କନ୍ଦର୍ପ ମହାକୁର , ଲିପସା ବେରିହା , ଗୀତାଞ୍ଜଳି ପଧାନ , ମାମି ପଧାନ , ଗାୟତ୍ରୀ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ।