Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନୋଟି ଅସହାୟ ଶବ ସତ୍କାର କଲା ସମ୍ବଳ ପରିବାର

ଚିପିଲିମା,ବୁର୍ଲା ଭୀମସାର ର ବର୍ଣ ୟୁନିଟ ରେ ୬୦ ବର୍ଷୀୟ ଜଣେ ଅସହାୟ ମହିଳାଙ୍କର ଗତ ୩୦ ତାରିଖରେ ରେ ମୃତ୍ୟୁ ହୋଇଥିଲା ସେହିପରି ପୁରୁଷ ମେଡ଼ିସିନ ୱାର୍ଡ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୫୫ବର୍ଷୀୟ ପୁରୁଷ ଗତ ୨୮ ତାରିଖରେ ରେ ମୃତ୍ୟୁ ବରଣ କରିଥିଲେ l ୭୨ ଘଣ୍ଟା ଫ୍ରୀଜ଼ର ରେ ରଖିଲାପରେ ମଧ୍ୟ ତାଙ୍କ ତାଙ୍କର କେହି ଆତ୍ମୀୟ ସ୍ୱଜନ ଆସି ନ ଥିଲେ l ତେଣୁ ମେଡିକାଲ ଫାଣ୍ଡି ଅଧିକlରୀ ଶବ ସତ୍କାର ପାଇଁ ଲିଖିତ ଅନୁରୋଧ କରିଥିଲେ l ବରେଇପାଲି ଅଂଚଳର ୮୦ ବର୍ଷୀୟ କିନ୍ନର ଗୋକୁଳ ବାଗ ଙ୍କର ମଧ୍ୟ ଗତକାଲି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ସ୍ଥାନୀୟ ଲୋକଙ୍କ ସହଯୋଗରେ ମନ୍ଦଳିଆ ସ୍ଥିତ ରାଜଘାଟ ରେ ସମ୍ବଲ ପରିବାର ଦ୍ଵାରା ଶବ ସତ୍କାର କରାଯlଇଛି l ଏଥିରେ ସମ୍ବଲ ର ସଂଯୋଜକ ରାମଦାସ ପଣ୍ଡା, ସୌରୀ ପାଣିଗ୍ରାହୀ,ବରେଇପାଲି ର ହୀରା ସିଂ,କିଶୋର ସିଂ, ଜିମମି ସିଂ, ସନୁ ଆହୁଜା ଏବଂ ଶୁକବିନ୍ଦେର ସିଂ ସହଯୋଗ କରିଛନ୍ତି ।ସମ୍ବଳ ପରିବାରର ଏପରି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ