Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ମହୁରୀ ତାଲୁକା ସମାଜ ପକ୍ଷରୁ ବ୍ରହ୍ମପୁର ବିଧାୟକ ସମେତ ପ୍ରଶାସନିକ ଅଧିକାରୀ ଙ୍କ ସାକ୍ଷାତ ଓ ଆଲୋଚନା।

ଗୋପାଳପୁର,୦୪/୦୧ ନିଖିଳ ଉତ୍କଳ ମହୁରୀ ତାଲୁକା ସମାଜ ଅନ୍ତର୍ଗତ ଲିଆରୀ,ନିଆରୀ ଓ ଚୁଡୁତିଆ ଜାତିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ ଇ ବି ସି ରେ ତାଲିକା ଭୁକ୍ତ କରା ଯାଇଥିବାରୁ ସମାଜ ପକ୍ଷରୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ସମେତ କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଓ ବ୍ଲକ ବିଡ଼ିଓ ଅନଶୁଂମାନ ମହାପାତ୍ର ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ ଙ୍କୁ ଭେଟି ସମ୍ବର୍ଧନା ପ୍ରଦାନ ସହ ସମାଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।ଏହି ଅବସରରେ ସମାଜର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ଉପ ସଭାପତି ଦିଲ୍ଲୀପ କୁମାର ବେହେରା, ଉପଦେଷ୍ଟା ପଞ୍ଚୁ ବେହେରା, ସମ୍ପାଦକ ଗୋପାଳ ବେହେରା, ସହ ସମ୍ପାଦକ ଭିକାରୀ ଚରଣ ବେହେରା, କୋଷାଧ୍ୟକ୍ଷ ଶିଶିରକାନ୍ତ ବେହେରା, ଉପଦେଷ୍ଠା ଦୀନବନ୍ଧୁ ବେହେରା,ହୃଦଙ୍ଗ ତାଲୁକା ସଭାପତି ଭାଗିରଥି ବେହେରା, ଉପ ସଭାପତି ଦୁର୍ଯ୍ୟୋଧନ ବେହେରା, ସମ୍ପାଦକ ରାଜେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
[

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories