Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ୟୁଥ ବଏଜ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଲଡୁଗାଁ ଦଳ ଚାମ୍ପିୟାନ

କୋକସରା:୦୫/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମ ର ଖେଳ ପଡ଼ିଆ ରେ ୟୁଥ ବଏଜ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି | ଗ୍ରାମାଞ୍ଚଳରେ ଲୁକାୟିତ ଥିବା ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଗତବର୍ଷ ଠାରୁ ଏହି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଇ ଆସୁଅଛି। ଚଳିତ ବର୍ଷ ୧୬ ଟିମ କୁ ସାମିଲ କରାଯାଇଛି | ଆଜିର ଉଦଯାପିତ ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଘନଶ୍ୟାମ ଅଗ୍ରୱାଲ, ମୁଖ୍ୟ ବକ୍ତା ବୈଚନ୍ଦ୍ର ବେଶ୍ରା, ସାମ୍ବାଦିକ ଚକ୍ରଧର ବେଶ୍ରା, ରଜନୀ କାନ୍ତ ସରାବୁ, ପ୍ରକାଶ ଠାକୁର, ମିତ୍ରଭାନୁ ଭଞ୍ଜ ଉପସ୍ଥିତ ରହି ଫାଇନାଲ ମ୍ୟାଚ ର ଉଭୟ ଦଳ ଲଡୁଗାଁ ଓ ବଡ଼ ପୁଝାରିଗୁଡା ଖେଳାଳି ଙ୍କ ସହ ଅତିଥୀ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ରେ ବଡ଼ ପୁଝାରି ଗୁଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ଅଳ ଆଉଟ ହୋଇ ୭୮ ରନ ସଂଗ୍ରହ କରିଥିବା ବେଳେ ଜବାବ ରେ ଲଡୁଗାଁ ଦଳ ୩
ୱିକେଟ ହରାଇ ୬ ଓଭର୍ ରେ ବିଜୟ ଲାଭ କରିଥିଲେ।ଖେଳ କୁ ଅମ୍ପିଆର ଭାବେ ବସନ୍ତ କୁମାର ସରାବୁ ଓ ତ୍ରିଲୋକ୍ୟ ବେଶ୍ରା ପରିଚାଳନା କରିଥିବା ବେଳେ ଖେଳ ଧାରା ବିବରଣୀ ତୋଫାନ ନାଏକ ଓ ଓମ ପ୍ରକାଶ ପ୍ରଦାନ କରିଥିଲେ। ବିଜୟୀ ଲଡୁଗାଁ ଓ ଉପ ବିଜେତା ବଡ଼ ପୁଝାରି ଗୁଡା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ଉପସ୍ଥିତ ଅତିଥୀ ମାନେ ପ୍ରଦାନ କରିଥିଲେ। କାଉଡୋଳା ୟୁଥ ବଏଜ ଅନୁଷ୍ଠାନ ର ସଦସ୍ୟ ମଣ୍ଟୁ କୋଚିଆ, ପିଣ୍ଟୁ କୋଚିଆ, ବିଶାଳ ସରାବୁ, ମନୋରଞ୍ଜନ ସରାବୁ, ଆଦିତ୍ୟ ସରାବୁ, ବିଜୟ ସରାବୁ, ଶୁକୃ ନାଗ, ପପୁ ମାଝୀ, ସୁନୀଲ ଦାସ, ରାହୁଲ, ପ୍ରମୁଖ ସହଯୋଗ କରିଥିଲେ। ଫାଇନାଲ ଖେଳ ଦେଖିବାକୁ ୨ ହଜାର ରୁ ଉର୍ଦ୍ଧ୍ଵ ଦର୍ଶକ ପଡ଼ିଆ ରେ ଉପସ୍ଥିତ ରହିଥିଲେ।