ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶୀତକାଳୀନ ଶିବିର ଉଦଘାଟିତ


କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନିକଟସ୍ଥ ଦୁଇ ପୋଷ୍ୟ ଗ୍ରାମ ଗଣନାଥପୁର ଓ ଗୁଡିଆଳିପଦର ଠାରେ ଜାତୀୟ ସେବା ଯୋଜନା ଅଧିକାରୀ ଡ. ପ୍ରିୟରଂଜନ ବେହେରା ପୁରୁଷ ବିଭାଗ, ମିସ୍‍ ରୋଜ ମେରି ରଶ୍ମିତ ଏକ୍କା ମହିଳା ବିଭାଗ ଅଧିକାରୀ ଙ୍କ ତତ୍ତ୍ୱାବଧ୍ୟାନରେ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ମାନଙ୍କରେ 50 ଜଣ ଲେଖାଏଁ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ମୋଟ 100 ଜଣ ସ୍ୱେଚ୍ଛାସେବୀ କୁ ନେଇ ତା 04.01.2024 ରିଖ ରୁ ତା 10.01.2024 ରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ କୁଳପତି କର୍ଣ୍ଣେଲ ପ୍ରଫେସର ସଂଜୟ କୁମାର ଶତପଥୀ ଉଦ୍‍ଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜେ ଅର୍ଜନ କରିଥିବା ଜ୍ଞାନଧନକୁ ସମାଜ ଉପରେ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଉପଦେଶ ଦେଇଥିଲେ । ଏହି ଶିବିରର ଉଦ୍‍ଘାଟନ ଉତ୍ସବରେ ସମ୍ମାନୀତ ଅତିଥିରୂପେ ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଂଜନ ଖୁଣ୍ଟିଆ, ଗଣନାଥପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ନେଗୀ, ଓ ଗଣନାଥପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‍ ଲୋକନାଥ ମହାକୁଡ ପ୍ରମୁଖ ସମ୍ମାନୀତ ଅତିଥିରୁପେ ଯୋଗଦାନ କରିଥିଲେ । ଏହି ଦୁଇ ଶିବିରରେ ସ୍ୱେଚ୍ଛାସେବୀ ମାନେ ଯଥା ଦିପକ ବେହେରା, ପ୍ରତୁଷ ବାଣୁଆ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଲୋପାମୁଦ୍ରା ମିଶ୍ର ଓ ଅଭିଷେକ ମହାପାତ୍ର ପ୍ରମୁଖ ଅଗ୍ରଣୀ ଭୂମିକା ଲିଭାଇଥିଲେ ।