ଭବାନୀପାଟଣା, ୦୫/୦୧ (ଜଗନ୍ନାଥ ନାଏକ) :- ଆସନ୍ତା 2024 ସାଧାରଣ ନିର୍ବାଚନ ଉପଲକ୍ଷେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଚୁଡାନ୍ତ ଭୋଟର ତାଲିକା ସ୍ଥାନୀୟ ଉପଜିଲ୍ଲାପାଳ , ଭବାନୀପାଟଣା ଙ୍କ କାର୍ଯ୍ୟ।ଳୟରେ ପ୍ରକାଶିତ ହୋଇଯାଇଛି । 01.01.2024 ତାରିଖ ପର୍ଯ୍ୟନ୍ତ ହୋଇଥିବା ଭୋଟର ତାଲିକା ସଂଶୋଧନ ଅନୁଯାୟୀ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ 77 – ଲାଞ୍ଜିଗଡ , 80 – ଭବାନୀପାଟଣା ଏବଂ 81 – ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ର ଚୁଡାନ୍ତ ଭୋଟର ତାଲିକା ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶିତ ହୋଇଯାଇଛି । ଅତିରିକ୍ତ ଉପଜିଲ୍ଲାପାଳ ଭବାନୀପାଟଣା ଜୟଦେବ ଦାସ ଏହି ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ଉପରେ ସବିଶେଷ ସୂଚନା ଦେଇଥିଲେ । ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ 3 ଟି ନିର୍ବାଚନମଣ୍ଡଳୀର 2019 ମସିହା ଭୋଟର ତାଲିକା ଅନୁଯାୟୀ 6,51,275 ଜଣ ଭୋଟର ଥିବା ବେଳେ ବର୍ତ୍ତମାନ 01.01.2024 ସୁଦ୍ଧା 2024 ମସିହାରେ ସମୁଦାୟ 6,90,091 ଭୋଟର ତାଲିକାଭୁକ୍ତ ହୋଇଛନ୍ତି । 1.1.2024 ସୁଦ୍ଧା 3,44,286 ଜଣ ପୁରୁଷ ଭୋଟର , 3,45,746 ଜଣ ମହିଳା ଭୋଟର ଏବଂ ତୃତୀୟଲିଙ୍ଗୀ 59 ଜଣ ; ସେଭଳି 32044 ଜଣ ନୁଆ ଭୋଟର ସଂଶୋଧିତ ତାଲିକାରେ ଯୁକ୍ତ ହୋଇଛନ୍ତି ଏବଂ 16327 ଜଣ ଭୋଟର ତାଲିକାରୁ ବିଯୁକ୍ତ ହୋଇଛନ୍ତି ।
77 – ଲାଞ୍ଜିଗଡ ଏ.ସି. ରେ 2019 ମସିହାରେ ସମୁଦାୟ 2,12,689 ଜଣ ଭୋଟର ତାଲିକାଭୁକ୍ତ ହୋଇଥିବାବେଳେ,1.1. 2024 ସଂଶୋଧିତ ତାଲିକା ରେ ସମୁଦାୟ 228512 ଜଣ ଭୋଟର ଏବଂ ସେଥି ମଧ୍ୟରୁ 1,11,474 ଜଣ ପୁରୁଷ ଭୋଟର ଏବଂ 1,17,063 ଜଣ ମହିଳା ଭୋଟର ଓ ତୃତୀୟ ଲିଙ୍ଗ 20 ଜଣ ତାଲିକାଭୁକ୍ତ ହୋଇଥିଲେ।80 – ଭବାନୀପାଟଣା ଏ.ସି ରେ 2019 ମସିହାରେ ସମୁଦାୟ 2,25,117 ଭୋଟର ଥିବା ବେଳେ 01.01.2024 ସୁଦ୍ଧା ସମୁଦାୟ 2,31,555 ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି , ସେଥି ମଧ୍ୟରୁ 1,16,599 ଜଣ ପୁରୁଷ ଭୋଟର , 1,14,936 ଜଣ ମହିଳା ଭୋଟର ଓ ତୃତୀୟଲିଙ୍ଗୀ 20 ଜଣ ତାଲିକାଭୁକ୍ତ ହୋଇଛନ୍ତି । 81 – ନର୍ଲା ଏ ସି ରେ 2019 ସୁଦ୍ଧା ସମୁଦାୟ 213469 ଜଣ ଭୋଟର ଥିବା ବେଳେ 01.01.2024 ସୁଦ୍ଧା ସମୁଦାୟ 229979 ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି । ସେଥି ମଧ୍ୟରୁ 01.01.2024 ସୁଦ୍ଧା 116213 ଜଣ ପୁରୁଷ ଭୋଟର ଏବଂ 113747 ଜଣ ମହିଳା ଭୋଟର , ତୃତୀୟ ଲିଙ୍ଗୀ 19 ଜଣ ଅଛନ୍ତି । ଏହି ଚୁଡାନ୍ତ ଭୋଟର ତାଲିକା ସମସ୍ତ ବୁଥମାନଙ୍କୁ ଆଜିଠାରୁ ପ୍ରେରଣ କରାଯିବ । ଚୁଡାନ୍ତ ଭୋଟର ତାଲିକା ପ୍ରକାଶନରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ର ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର , ଡି.ଆଇ.ପି. ଆର.ଓ. ମନୋଜ ବେହେରା ସମେତ ବି.ଜେ.ଡି , କଂଗ୍ରେସ , ବି.ଜେ.ପି , ଆପ , ବି.ଏସ.ପି, କମ୍ୟୁନିଷ୍ଟ ପାର୍ଟି ପ୍ରତିନିଧି ଙ୍କ ସହ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ ।