Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକ୍ଷତ୍ର ବନ ଜୁନାଗଡ଼ ଜାରିଂ ସେଣ୍ଟ୍ରାଲ ଜଙ୍ଗଲରେ ଡ଼ମ୍ବ ସମାଜର ବନ୍ଧୁ ମିଳନ

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନକ୍ଷତ୍ର ବନ ଜୁନାଗଡ଼ ସେଣ୍ଟ୍ରାଲ ନର୍ସରୀ ନିକଟରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ରୁ ଆସିଥିବା ବରିଷ୍ଠ କନିଷ୍ଠ ଡ଼ମ୍ବ ସମାଜ ସେବକ ଙ୍କୁ ନେଇ ଏକ ବନ୍ଧୁ ମିଳନ ସଭା ଆୟୋଜନ ହୋଇଥିଲା,ଏହି ସଭାରେ ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଙ୍କ ନେତୃତ୍ବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁନ୍ଦର ସରସ ଭାବେ ଅନୁଷ୍ଠିତ ହୋଇଥିଲା, ସର୍ବ ପ୍ରଥମେ ସର୍ଗତ ପୂର୍ବତନ ଡ଼ମ୍ବସମାଜର ବରିଷ୍ଟ ସମାଜ ସେବକ ମାନେ ମୃତ୍ୟୁ ହୋଇ ଥିଲେ ତାଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇ ଥିଲା, ଏହା ପରେ କଳାହାଣ୍ଡି ଜିଲ୍ଲାରେ ଓ ପ୍ରତି ବ୍ଲକରେ ଡ଼ମ୍ବ ସମାଜର ସମସ୍ତେ ସମତା ଏକତା ଓ ଭାଇ ଚାରା ସୃଷ୍ଟି ନିହାତି ଆବଶ୍ୟକ ବୋଳି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପ୍ରଦାନ କରିଥିଲେ , ଧର୍ମେନ୍ଦ୍ର ନାଏକ, ପ୍ରଶାନ୍ତ ନାଏକ, ଉଦୟ ଶୁନାନୀ, ଗୋବର୍ଦ୍ଧନ ବାଗ, ମଣ୍ଟୁ ନାଏକ, ଜଗନ୍ନାଥ ନାଏକ, ଟୁନୁରାମ୍ ଦୂର୍ଗା, ଚିତ୍ତରଞ୍ଜନ ନିଆଲ୍, ବିଶ୍ଵନାଥ କର, ସାମନ୍ତ ଖମାରୀ, ଦିଗାମ୍ବର ଦୂରିଆ, ପ୍ରମୁଖ ଉପସ୍ଥିତ ରହି ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ