Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବି ଫସଲର ପୂର୍ବ ପ୍ରସ୍ତୁତି ଓ ଏସ ଇ, ରେତ୍ ଡ୍ୟାମ ଡିଭିଜନ ଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ରେତ ଡ୍ୟାମ ଡିଭିଜନ ପକ୍ଷରୁ ରବି ଫସଲ ର ପୂର୍ବ ପ୍ରସ୍ତୁତି ଓ ଏସ ଇ,ରେତ ଡିଭିଜନ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ତା ୦୩/୦୧/୨୦୨୪ ରିଖ ବୁଧବାର ଦିନ ରେତ ଡ୍ୟlମ ଠାରେ ରେତ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଆପେସ୍କ କମିଟି ଭବାନୀପାଟଣା ,ପକ୍ଷରୁ ଅନୁଷ୍ଠିତ।ଉକ୍ତ ସଭା କାର୍ଯ୍ୟ ପ୍ରକଳ୍ପ କମିଟି ସଭାନେତ୍ରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ମେହେର ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭା କାର୍ଯ୍ୟ ର ମୁଖ୍ୟ ଅତିଥି ଭାବରେ ସି ସି ଇ ଶ୍ରୀ ସୁଜିତ୍ କୁମାର ମହାରଣା ଓ ନିମନ୍ତ୍ରିତ ଅତିଥି ପୂର୍ବତନ ଏସ ଇ ଶ୍ରୀ ଗିରିଜା ଶଙ୍କର ମିଶ୍ର,ସମ୍ମାନିତ ଅତିଥି ଏସ ଇ ନର୍ଲା ଶ୍ରୀମତୀ ଏଲିଶାବା ଡୁମ ଡୁମ,ଓ ସ୍ବାଗତ ଭାଷଣ ଦେଇଥିଲେ ଆପେଷ୍କ କମିଟି ସଂପାଦକ ଶ୍ରୀ ଶୂନ୍ୟ ମଙ୍ଗରାଜ, ଓ ସହଯୋଗ କରିଥିଲେ ସମାଜ ସେବୀ ଶ୍ରୀ ଟଙ୍କଧର ମେହେର ,ଏବଂ ସଭାକାର୍ଯ୍ୟ ରେ ଉପସ୍ଥିତ ଥିଲେ ଏସ ଡି ଓ ଶ୍ରୀ ଧିରୋଜ କୁମାର କହଁର ,ଏସ ଡି ଓ ଶ୍ରୀ ନରେନ୍ଦ୍ର ଛତ୍ରିଆ,ଏସ ଡି ଓ ଶ୍ରୀମତୀ ଜୟ ଶ୍ରୀ ଓଝା, ଏସ ଡି ଓ ବିଶ୍ୱ ଭୂଷଣ ହ୍ନାଶାଦା ଏସ ଡି ଓ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ,ଜେଇ ଶ୍ରୀ ହେମନ୍ତ କୁମାର ନାଏକ, ଜେଇ ଶ୍ରୀ ବିଦେଶୀ ନାହକ, ଜେଇ ଶ୍ରୀ ବାଳକୃଷ୍ଣ ମହାପାତ୍ର , ଜେଇ ଶ୍ରୀ ପ୍ରଦୀପ ମାଝୀ, ଜେଇ ଶ୍ରୀ ରେଙ୍ଗୋ ନାଏକ, ଜେଇ ଶ୍ରୀ ସତ୍ୟବ୍ରତ ତ୍ରିପାଠୀ ,ଓ ଉଣେଇଶ ଗୋଟି ପାଣି ପଞ୍ଚାୟତ ର କର୍ମ କର୍ତ୍ତା ଓ ଚାଷୀ ବୃନ୍ଦ ଏବଂ ବିଭାଗୀୟ ଅଧିକାରୀ ଓ ଜଳସମ୍ପଦ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ ଚଳିତ ବର୍ଷ ର ରବି ଫସଲ ପାଇଁ ଜଳ ନିସ୍କାସନ ହେବ ପୁଙ୍ଖ ନୁ ପୁଙ୍ଖା ଭାବରେ ତର୍ଜମା କରି ଶାନ୍ତି ଶୃଙ୍ଖଳା ର ଶହ ସଭା କାର୍ଯ୍ୟ ହୋଇଥିଲା ।ବାମ କେନାଲ ଗ୍ରାମ ଗୁମା ପଦର,ବଡ ଛତିକୁଡ଼ା, ସାନ ଛତିକୁଡ଼ା, ଖଇର ମାଲ, ସିନାଙ୍ଗ ଭଟା , ଡଙ୍ଗାରି ଗୁଡା, ଡେପୂର୍,ଗୋପୀନାଥ ପୁର,ଉଦେ ପୂର,ବସୁମତୀ ପୁର, ଜନକ ପୁର, ଡଙ୍ଗର ଗଡ,ବିଜେପୁର ,ଇଚ୍ଛାପୁର,ବଳରାମ ପୁର, ସରଧା ପୁର,ଗୁଡ଼ିଆଲ ପଦର,ଗଣନାଥ ପୁର, ଜଗନ୍ନାଥ ପୁର, ଉଣେଇଶ ଗ୍ରାମ ର ଚଉଦ ଶହ ହେକ୍ଟର ଜମିକୁ ଜଳ ସେଚନ ପାଇଁ ରବି ଚାଷ ହେବ ଓ ଡାହାଣ କେନାଲ ର ଗ୍ରାମ ପାଜିଦୁହୁନି, ରାତୁଲ, ଟିକ୍ରପଡ଼ା, ବଡ ଚିଚିଙ୍ଗ,ବଡ ଚିଛିଙ୍ଗ, ସାନ୍ତପୁର,ବଡ ଧାରପୁର, ଗୋହିରା ପଦର, ମାଣ୍ଡେଲ,ପାଜିବହାଲି,ଶଙ୍କର ମାଲ,ଖାସ ବାହାଲି, ଧାମନ୍ ଖୁଣ୍ଟl, ଘୁପୁଟି, ପାନିମୁଣ୍ଡା, ଦର୍ଲୀ ପଡ଼ା, ସାନ ଧାର ପୁର,ଖାଇଙ୍ଗ, ଗ୍ରାମ ର ଏଗାର ଶହ ହେକ୍ଟର ଜଳସେଚନ ପାଇଁ ସଭାକାର୍ଯ୍ୟ ରେ ବିତର୍କ ହୋଇଥିଲା । ଏସ ଇ ଶ୍ରୀ ଗିରିଜା ଶଙ୍କର ମିଶ୍ର ଙ୍କ କାର୍ଯ୍ୟ କଳାପ ଓ ତାଙ୍କର ଗୁଣ ବତ୍ତା କୁ କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ସମାଲୋଚନା କରିଥିଲେ l
ସର୍ବ ଶେଷରେ କମିଟି ର କୋଷାଧ୍ୟକ୍ଷ ଶ୍ରୀ ରୋମଞ୍ଚାଲ ମଙ୍ଗରାଜ ସମସ୍ତ ଙ୍କୁ ଧନ୍ୟବାଦ୍ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ