Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନତାଙ୍କ ଅଙ୍କ କଷାରେ ନର୍ଲା ନିର୍ବାଚନ ମଣ୍ଡଳୀ ର ନେତା ଙ୍କ ଭାଗ୍ୟ

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ତିନି ସାଧାରଣ ବିଧାନସଭା ଆସନରୁ ନର୍ଲା ଆସନ ଗୋଟି ଏକ ଚର୍ଚ୍ଚିତ ଆସନ ଭାବରେ ସବୁବେଳେ,ଚର୍ଚ୍ଚାରେ ରହିଆସିଛି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସରକାର ତାରିଖ ଘୋଷଣା କରିଥିବା ବେଳେ, ବର୍ତ୍ତମାନ ବିଜେଡି,ବିଜେପି,କଂଗ୍ରେସ ,ତିନି ରାଜନୈତିକ ଦଳରେ ମାହୋଲ୍ ଦିନକୁ ଦିନ ସରଗରମ ହେବାରେ ଲାଗିଛି, ଏହି କ୍ରମରେ ମୁଖ୍ୟତଃ ବିଜେଡି ,ଓ ବିଜେପି ,ଭିତରେ ଲଢେ଼ଇ କୁ ନେଇ କର୍ମୀ ଓ ଭୋଟର ସ୍ଥାନେ ସ୍ଥାନେ ଆଲୋଚନା କରୁଛନ୍ତି କିନ୍ତୁ, ବର୍ତ୍ତମାନ ରାଜନୈତିକ ସମୀକ୍ଷକ ଙ୍କ ମତରେ ଦେଖିବାକୁ ଗଲେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଦୁଇ ଦୁଇ,ଥର ଅଧ୍ୟକ୍ଷା ପଦ ରେ ଅଳଙ୍କୃତ ହୋଇ ତାଙ୍କର ଲୋକପ୍ରିୟତା ବଢ଼ିଛି ଏବଂ ତାଙ୍କର ସ୍ବାମୀ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ମଧ୍ୟ ବିଜେଡି ର ଜଣେ ଛାମୁଆଁ ଯୁବ ସଂଗଠକ ଭାବରେ କ୍ଷାତି ଅର୍ଜନ କରିଛନ୍ତି ତେଣୁ ଶ୍ରୀମତୀ ମହାନ୍ତି ମଧ୍ୟ ପ୍ରାର୍ଥୀ ହେଲେ ଯେତେ ବଡ଼ ନେତାଙ୍କ ସହ ତାଙ୍କର ଲଢେ଼ଇ କରିବା ସମର୍ଥ ଥିବା ଆଲୋଚନା ହେଉଛି, ସେହିଭଳି ବର୍ତ୍ତମାନ ନର୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡି ସଭାପତି ତଥା ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି ମଣ୍ଡଳ) ମଧ୍ୟ କଳାହାଣ୍ଡି ର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଭାବରେ ଘରେ ଘରେ ପରିଚିତ ଅଟନ୍ତି ବର୍ତ୍ତମାନ ତାଙ୍କର ସେବା କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ବାଟେଘାଟେ ଆଲୋଚନା ହେଉଛି ଏଭଳି ନର୍ଲା ଆସନ ପାଇଁ ବିଜେଡି ରୁ ଚିତ୍ତ ରଞ୍ଜନ ମଣ୍ଡଳ ଏବଂ ସ୍ଥାନୀୟ ନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଆଶାୟୀ ଥିବା ବେଳେ ବର୍ତ୍ତମାନ କଳାହାଣ୍ଡି ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ର ଟାଣୁଆ ନେତା,ଭକ୍ତ ଚରଣ ଦାସ ମଧ୍ୟ ନର୍ଲା ଆସନ ର ପ୍ରାର୍ଥୀ ହେବା ଘୋଷଣା କରିବା ପରେ ଟିକେ ରାଜନୈତିକ ରଙ୍ଗ ବଦଳିଛି କାରଣ ଏହି ଆସନ ପାଇଁ ପୂର୍ବରୁ ନର୍ଲା ର ସମୀର ଚାନ୍ଦ କଂଗ୍ରେସ ରୁ ଆଶାୟୀ ଥିବା ବେଳେ କଂଗ୍ରେସ ର ଗଡ଼ କୁହାଯାଉଥିବା ନର୍ଲା ଆସନ ଭକ୍ତ ବାବୁ ଙ୍କ ପାଇଁ କିଛିଟା ଅଡ଼ୁଆ ସୃଷ୍ଟି କରିପାରେ ଗତ ୨୦୧୯ ନିର୍ବାଚନ ରେ କଂଗ୍ରେସ ରୁ ଚିତ୍ତ ରଞ୍ଜନ ମଣ୍ଡଳ ପ୍ରାର୍ଥୀ ଭାବରେ ଛିଡା ହୋଇ ୩୫୭୫୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ମଣ୍ଡଳ କଂଗ୍ରେସ ର ହାତ ଛାଡ଼ି ତାଙ୍କର ସମସ୍ତ କର୍ମୀ ଓ ଶୁଭେଛୁ ମାନଙ୍କୁ ନେଇ ବିଜେଡି ରେ ଯୋଗଦେଲେ ଫଳରେ ବର୍ତ୍ତମାନ ନର୍ଲା କଂଗ୍ରେସ ପୂର୍ବ ଭଳି ମଜଭୁତ ନ ଥିବା ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ଏଭଳି ସ୍ଥିତିରେ ବିଜେପି ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ,ତଥା କଳାହାଣ୍ଡି ଓବିସି ସେଲ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଏକ ମଧ୍ୟ ପ୍ରାର୍ଥୀ ଭାବରେ ଆଶାୟୀ ଅଛନ୍ତି କାରଣ ତାଙ୍କ ଦଳ ୨୦୧୯ ନିର୍ବାଚନ ରେ ୪୪୨୦୪ ଖଣ୍ଡ ଭୋଟ ପାଇ ଦିତ୍ୱୀୟ ସ୍ଥାନରେ ଥିବାରୁ ସେ ମଧ୍ୟ ଦାବେଦାର ଅଛନ୍ତି କିନ୍ତୁ ଗତ ଥର ଶାସକ ଦଳର ମାନ୍ୟବର ବିଧାୟକ ଭୂପିନ୍ଦର ସିଂ ବହୁତ୍ କମ୍ ଭୋଟ ବ୍ୟବଧାନ ରେ ୫୩୨୬୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ତାଙ୍କ ବାୟସାଧିକ୍ୟ କାରଣ, ଓ, ଲୋକପ୍ରିୟତା ହ୍ରାସ ହେଉଥିବା ଆଲୋଚନା କୁ ମଧ୍ୟ ଅସ୍ବୀକାର କରାଯାଇ ନ ପାରେ ବୋଲି ସମୀକ୍ଷକ ମାନେ ମତ ଦିଅନ୍ତି ଏଣୁ ନର୍ଲା ନିର୍ବାଚନ ମଣ୍ଡଳୀ ର ଚାରିଟି ବ୍ଲକ ର ୬୬ ପଞ୍ଚାୟତ ର ଦୁଇଲକ୍ଷ ଶୋହଳ ହଜାର ସାତଶହ ଭୋଟର ଆଗାମୀ ଦିନରେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ମତ ପ୍ରକାଶ ପାଇଛି

More Stories