Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନ୍ଦପୁର ମୌଜା ରବହୁ ମୂଲ୍ୟବାନ ଜମି ହଡ଼ପ ମାମଲା । ଦୀର୍ଘ ଦିନ ପରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଜମି କ୍ରେତା ସମେତ ଦଲିଲ ଲେଖାଳି ଙ୍କ ଥାନାରେ ଲିଖିତ ଅଭିଯୋଗ

ଗୋପାଳପୁର,୦୫/୦୧ କନିଷି ତହସିଲ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ମୃତ ଟିକଲ ସାହୁଙ୍କ ନାମରେ ଥିବା ଏକ ଜମିକୁ ଉତ୍ତରାଧିକାରୀଙ୍କ ଅଜାଣତରେ ବିକ୍ରି ହୋଇଥିବା ଘଟଣା ରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହେବା ସହ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଚାନ୍ଦପୁର ମୌଜା ର ଖାତା ନଂ ୧୨୫ ପ୍ଲଟ ନଂ ୪୮୭ ରକବା ଏ ୦.୩୪୯ ଡିସିମିଲ ବହୁ ମୂଲ୍ୟବାନ ୩୫ ଲକ୍ଷ ଟଙ୍କାର ଜମିକୁ ମୃତ ଟିକଲ ସାହୁଙ୍କ ଉତ୍ତରାଧିକାରୀଙ୍କ ଅଜାଣତରେ ଓ ଅଗୋଚରରେ କିଛି ଜମି ମାଫିଆ ଓ ଦଲାଲମାନେ ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇ କରି ହଡ଼ପ କରିଥିବା ଅଭିଯୋଗ ନେଇ କ୍ଷତିଗ୍ରସ୍ତ ଉତ୍ତରାଧିକାରୀଙ୍କ ପକ୍ଷରୁ ସ୍ଥାନୀୟ ଥାନା, କନିଷି ତହସିଲଦାର ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ଥାନା ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ୍ ନଂ ୫୬୦/୨୦୨୩ ରେ ମାମଲା ରୁଜୁ ହୋଇଥିଲେ। ଏହା ମଧ୍ୟରେ ଗତ ୨୨/୧୨/୨୦୨୩ ତାରିଖରେ ଚିଠି ନଂ ୮୬୯ ରେ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାଲିଆତି ନେଇ ଏକ ଅଭିଯୋଗ ପତ୍ର ଥାନାରେ ଦାଖଲ କରାଯାଇଛି । ଉକ୍ତ ଅଭିଯୋଗରେ ସବ ରେଜିଷ୍ଟ୍ରାର ଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କ ଅଭିଯୋଗ ପରେ ଉକ୍ତ ଦଲିଲକୁ ଫାଇନେଲ୍ ଆପ୍ରୋଭଲ୍ ଦିଆ ନହୋଇ ହୋଲ୍ଡରେ ରଖାହେବା ସହିତ ଉକ୍ତ ଜମିର କ୍ରେତା ମିଟୁ ସାହୁ ଓ ଅନ୍ୟମାନଙ୍କ ସହିତ ଦଲିଲ୍ ଲେଖକ ମହେଶ୍ୱର ପାତ୍ରକୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ଉକ୍ତ ଅଭିଯୋଗ ବିରୋଧରେ ପ୍ରମାଣ ପ୍ରଦାନ ତତା ପୁନଃ ସ୍ଵିକୃତି/ସମ୍ମତି ପତ୍ର ପଞ୍ଜିକରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।ଏହା ମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ଉଭୟ ଙ୍କ ପକ୍ଷରୁ କୋୖଣସି ପ୍ରମାଣ ଉପସ୍ଥାପନା କରା ଯାଇ ପାରି ନଥିଲା, ଏହାକୁ ନେଇ ମିଟୁ ସାହୁ ଓ ମହେଶ୍ୱର ପାତ୍ରଙ୍କ ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ଅଭିଯୋଗ ପତ୍ରକୁ ଭାରତୀୟ ପିଙ୍ଗଳ କୋଡ଼-୧୮୬୦ର ୧୨୦(ଖ) ଧାରାରେ ଗ୍ରହଣ କରି ଟିକିନିଖି ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories