ଟ୍ରକ ଡ୍ରାଇଭର କୁ ଧମକ ଦେଇ ଟଙ୍କା ଲୁଟ୍ ମାମଲାରେ ଜଣେ ଗିରଫ।
 
        ଗୋପାଳପୁର,୦୫/୦୧ ଗୋପାଳପୁର ପୋଲିସ ପକ୍ଷରୁ ଟ୍ରକ ଡ୍ରାଇଭର କୁ ଧମକ ଚମକ ଦେଇ ଦାଦାବଟି ମାଗିବା ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ହିଲପାଟଣା ର ମୁକ୍ତେଶ ସାହୁ (୨୫) ବୋଲି ପୋଲିସ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି । ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥ ପଥରା ଓଭରବ୍ରିଜ ନିକଟରେ ଗୁରୁବାର ୪ଟା ସମୟରେ ଟ୍ରକ ଓ ଆମ୍ବୁଲାନ୍ସ ସହ ସାମାନ୍ୟ ଦୁର୍ଘଟଣା ହୋଇଥିଲା । ଉଭୟ ଡ୍ରାଇଭର ଙ୍କ ମଧ୍ୟରେ ବୁଝାମଣା ହେଉଥିବା ସମୟରେ ମୁକେଶ ଓ ତାଙ୍କ ଦୁଇ ସହଯୋଗୀ ବଇକ ଯୋଗେ ସେଠାରେ ପହଞ୍ଚିଥିଲେ । ମୁକେଶ ଦୁର୍ଘଟଣାର ସମାଧାନ କରିଦେଲି ବୋଲି କହି ଟ୍ରକ ମାଲିକ ପିଣ୍ଟୁ ବିଶୋୟୀଙ୍କୁ ଧମକ ଚମକ ଦେଇ ୧୫ ହଜାର ଟଙ୍କା ଜୋର ଜବରଦସ୍ତି ନେଇଯାଇଥିଲେ । ଏ ନେଇ ପିଣ୍ଟୁ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ -୫/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶୁକ୍ରବାର ପୂର୍ବାହ୍ନରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମନଗର ଏକ ଭଡା ଘରେ ଗୋପାଳପୁର ଥାନା ପୋଲିସ ସେଠାରେ ଚଢାଉ କରି ମୁକ୍ତେଶଙ୍କୁ ଉଠାଇ ନେଇ ପଚରାଉଚୁରା କରିବା ପରେ ତାଙ୍କଠାରୁ ୫ ହଜାର ଟଙ୍କା ଜବତ କରାଯାଇଥିଲା । ସନ୍ଧ୍ୟାରେ ପୋଲିସ ମୁକେଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି lଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଅଭିଯୁକ୍ତ ମୁକେଶ ଙ୍କ ନାମରେ ଗୋସାଣୀ ନୂଆଗାଁ ଥାନାରେ ଅନେକ ମାମଲା ହୋଇଥିବା ବେଳେ ଗତ କିଛି ଦିନ ତଳେ ଜାମିନ ରେ ଫେରିଥିବା ସୂଚନା ମିଳିଛି।

 
                        
 
                                 
                                 
                                 
                                 
                                