ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ


ଝାରସୁଗୁଡା ୬/୦୧ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକଙ୍କ ଆନୁକୂଲ୍ୟରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଲଲିତ ପୂଜାରୀ,ଜଗଦୀଶ ପ୍ରସାଦ ବୁନ୍ଦ,ଅର୍ଜୁନ ମୋର, ଦୟାକର ପଧାନ, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା, ଯୁଧିଷ୍ଠିର ମହାପାତ୍ର ଉପସ୍ଥିତ ରହି ଅଞ୍ଚଳର ୧୨୦ ଜଣ ଵୃଦ୍ଧ, ବୃଦ୍ଧା ଓ ଶାରୀରିକ ଅକ୍ଷମ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରି ଆସୁଥିବା ବରିଷ୍ଠ ନାଗରିକ ଲଲିତ ପୂଜାରୀ ପ୍ରକାଶ କରିଛନ୍ତି ।