Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ ହତ୍ଯାକାରୀ ସ୍ଵାମୀ କୁ ଫୁଲବାଣୀ ରୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ

ବୀରମହାରାଜପୁର : ( ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମ ରେ ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀ କୁ ଫୁଲବାଣୀ ରୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ସ୍ବାମୀ ଜଣକ ହେଉଛି ସୁବଳୟା ଥାନା ତିଲେଇମାଳ ଗ୍ରାମର ଗଣପତି ପଧାନ (୩୫)। ସ୍ବାମୀ ଗଣପତି ନିଜ ସ୍ତ୍ରୀ କୁ ରାତି ଅଧରେ ପିଟିପିଟି ମାରିଦେବା ସହିତ ଡାକ୍ତରଖାନା ବାରଣ୍ଡା ରେ ସ୍ତ୍ରୀ ର ଶବ କୁ ଛାଡି ଫେରାର ମାରିବା ଘଟଣା ରେ ଉକ୍ତ ହତ୍ୟାକାରୀ କୁ ସୁବଳୟା ପୁଲିସ ଫୁଲବାଣୀ ରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ବିଚାରବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ଜଣାଯାଇଛି l ସୁଚନାମତେ ଗତ ଡ଼ିସେମ୍ବର ୨୯ ତାରିଖ ରେ ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ଅଭିଯୁକ୍ତ ସ୍ବାମୀ ଗଣପତି ପଧାନ ନିଜ ସ୍ତ୍ରୀ ମିତା କୁ ବାପ ଘରୁ ଅଧିକ ଟଙ୍କା ଆଣିବାକୁ କହିବା ସହ ସ୍ତ୍ରୀକୁ ମାଡ଼ ମାରିଥିଲା l ଏହା ସହିତ ଗଣପତି ବିଭିନ୍ନ ସମୟ ରେ ସ୍ତ୍ରୀ ମିତା କୁ ବାପଘରୁ ଟଙ୍କା ଆଣିବାକୁ କହୁଥିଲା ଏବଂ ମାଡମାରିବା ଯୋଗୁଁ ପୂର୍ବରୁ ବାପ ଘର କୁ ଚାଲି ଆସିଥିଲା । ପରେ ଏ ନେଇ ସୁବଳୟା ଥାନା ରେ ଆପୋଷ ବୁଝାମଣା କରି ଆଗକୁ ମାଡ଼ ମାରିବା ନାହିଁ ବୋଲି ଲିଖିତ ଜଣେଇ ଥିଲା। ମାତ୍ର ଏହାର ମାସେ ନ ପୁରୁଣୁ ଅଭିଯୁକ୍ତ ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଗଣପତି ବାରମ୍ବାର ଜୁଆ ଖେଳିବା ସହିତ ମାତ୍ରାଧିକ ମଦ୍ୟ ପାନ କରି ନିଜ ୩ ବର୍ଷ ର ଶିଶୁ କନ୍ୟାକୁ ମଧ୍ୟ ମାଡ ମାରୁଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ମିତା କୁ ପିଟି ପିଟି ମାରି ଦେବା ନେଇ ସୁବଳୟା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଗଣପତି କୁ ଫୁଲବାଣୀ ଅଞ୍ଚଳ ରେ ଥିବା କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ଅତର୍କିତ ଚଢାଉ କରି ଅଭିଯୁକ୍ତ କୁ ଗିରଫ କରି ବୀରମହାରାଜପୁର ଏଡିଜେଏମ କୋର୍ଟ କୁ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ର ଜାମିନ ନାମଞ୍ଜୁର ହୋଇଥିବା ଜଣାଯାଇଛି l