Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳାପଲ୍ଲୀ ସ୍ଥିତ ଟାଟା ମେଡିକୋ ହସପିଟାଲ କୁ କିଣିଲା ସୋମ ହସ୍ପିଟାଲ।ଜାନୁୟାରୀ ଦ୍ବିତୀୟ ସପ୍ତାହ ରେ ସେବା ଆରମ୍ଭ ସମ୍ଭାବନା।

ଗୋପାଳପୁର,୦୬/୦୧(ନିପ୍ର)
ଶୀତଳାପଲ୍ଲୀ ଠାରେ ଟାଟା ଗୃପ ପକ୍ଷରୁ ସି ଏସ ଆର ପାଣ୍ଠି ବିନିଯୋଗ କରାଯାଇ ନିର୍ମାଣ ହୋଇଥିବା ଟାଟା ମେଡିକୋ ହସପିଟାଲ କୁ ଇତି ମଧ୍ୟରେ ଭୁବନେଶ୍ବର ସ୍ଥିତ ସୋମ ହସପିଟାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ କ୍ରୟ କରା ଯାଇଥିବା ବେଳେ ଚଳିତ ମାସ ଦ୍ବିତୀୟ ସପ୍ତାହ ରେ ଏହା କାର୍ଯ୍ୟକ୍ଷମ ହେବା ସହ ଲୋକଙ୍କୁ ସେବା ଯୋଗାଇବ ବୋଲି ଏକ ସୁତ୍ରରୁ ଜଣାପଡିଛି।୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଶିତଳାପଲ୍ଲୀ ଠାରେ ଟାଟା ପକ୍ଷରୁ ସୁପର ସ୍ପେସିଆଲିଷ୍ଟ ହସପିଟାଲ ନିର୍ମାଣ ନିମନ୍ତେ ଭିତ୍ତି ଦିଆଯିବା ସହ ଗତ ୨୦୧୮ ଏହାର ନିର୍ମାଣ କାମ ସରିଯାଇଥିଲା। କିନ୍ତୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିବା ବେଳେ ଏହାକୁ ଏବେ ଟାଟା ଗୃପ ପକ୍ଷରୁ ସମ ହସ୍ପିଟାଲ କୁ ବିକ୍ରି କରିଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ନିକଟସ୍ଥ ଶୀତଲାପଲ୍ଲୀ ରାଜସ୍ବ ମୌଜା ର ସରକାରୀ ଜମିରେ ୫୦୦ ବେଡ଼ ବିଶିଷ୍ଟ ଟାଟା ସୁପର ସ୍ପେସିଆଲିଷ୍ଟ ହସପିଟାଲ ନିର୍ମାଣ ନିମନ୍ତେ ରାଜ୍ୟସରକାର ଗତ ୨୦୧୪ରେ କନିସି ତହସିଲ ଅନ୍ତର୍ଗତ ଶୀତଲାପଲ୍ଲୀ ରାଜସ୍ବ ମୌଜାରେ ଖାତା ନମ୍ବର ୬୨୯/୫ ଏବଂ ଖାତା ନମ୍ବର ୬୩୧/୧ ପ୍ଲଟ ର ମୋଟ ୪୪.୩୦୦ ଡିସିମିଲି ଜମିକୁ ଯାହା ବିସ୍ଥାପିତ କଲୋନୀ ନିମନ୍ତେ ସଂରକ୍ଷିତ ରଖାଯାଇଥିଲା ସରକାର ବିନା ମୂଲ୍ୟରେ ଟାଟା ହସ୍ପିଟାଲ ନିର୍ମାଣ ପାଇଁ ସରକାରି ଜମି ପ୍ରଦାନ କରିଥିଲେ । ଉକ୍ତ ଜମିରେ ଟାଟା କମ୍ପାନୀ ପକ୍ଷରୁ ସୁପର ସ୍ପେସିଆଲିଷ୍ଟ ନିର୍ମାଣ କାମ ଆରମ୍ଭ କରିଥିଲା। ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଚାରି ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଗତ ୨୦/୦୪/୨୦୧୪ ତା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ।୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହେଇଥିଲା ।ହସପିଟାଲରେ ରୋଗୀ ସେବା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସହ ପ୍ରଥମ ଦଫାରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ସହିତ ଉନ୍ନତ ଧରଣର ଆସିୟୁ, ନର୍ସିଙ୍ଗ ହଷ୍ଟେଲ, ଡକ୍ଟର ବାସଗୃହ, ଅତିଥି ଭବନ, ଛ ଗୋଟି ଅପରେସନ ଥିଏଟର ଆଦିର ସୁବିଧା ଉପଲବ୍ଧ ରହିବା ସହ ଭେଷଜ,ଅସ୍ତ୍ରପଚାର, ନିସ୍ତେଜ, ସ୍ତ୍ରୀ ଓ ପ୍ରସୂତି, ଶିଶୁ କର୍ଣ୍ଣ ନାସା ଗଳା, ପାଥୋଲୋଜି ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଇଛି।, ଏହ ସହ ମେଡିକାଲ ପରିସରରେ ୬୭,୦୫୯ ବର୍ଗ ଫୁଟ ର ପାର୍କିଂ ସ୍ଥାନ ରହିଛି।ଉକ୍ତ ହସ୍ପିଟାଲ ୨୦୧୮ ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ କୋଲକାତାର ଏକ ଘରୋଇ ସଂସ୍ଥା ମେଡିକୋ କୁ ଦିଆଯାଇଥିଲା। କିନ୍ତୁ କେତେକ କାରଣ ବଶତଃ ମେଡିକୋ ଏଥିରୁ ଦୂରେଇ ରହିବାରୁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିଲା।ଗତ ୨୦୨୦ ରେ ମସିହାରେ କୋରନା ମହାମାରୀ ଯୋଗୁଁ ରାଜ୍ୟସରକାର ଏହି ହସପିଟାଲ କୁ କୋରନା ହସ୍ପିଟାଲ ଭାବେ ବ୍ୟବହାର କରିଥିଲେ lକିନ୍ତୁ ୨୦୨୦ ଠାରୁ ଦୁଇବର୍ଷ ହେଲା ଉକ୍ତ କୋଠାରେ ତାଲା ଝୁଲି ରହିଥିଲା। ଶେଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କିଛି ମାସ ତଳେ ଅନୁଷ୍ଠିତ କେବିନେଟ ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟାଷ୍ଟିଲ ଲିମିଟେଡ୍ ଦ୍ବାରା ଶୀତଳାପଲ୍ଲୀ ଠାରେ ସୁପର ସ୍ପେସାଲିଟି ହସ୍ପିଟାଲ୍ ପ୍ରତିଷ୍ଠା ନିମନ୍ତେ ଯୋଗାଇ ଦିଆଯାଇଥିବା ଏ.୪୩.୦୫୦ଡି. ସରକାରୀ ଜମି ବାବଦରେ ଦେବାକୁ ଥିବା ଇନ୍ସିଡେଣ୍ଟାଲ ଚାର୍ଜେସ୍ ଓ ଦଖଲ ଦିଆଯାଇଥିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ବାର୍ଷିକ ଭୂ-ରାଜସ୍ବ ଓ ବାର୍ଷିକ ସେସ୍ ଓ ସମସ୍ତ ବକେୟା ଦେୟ ଉପରେ ସୁଧ ଛାଡ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏବଂ ଟାଟା ଷ୍ଟିଲ୍ ଲିମିଟେଡ୍ କୁ ଉକ୍ତ ଜମିକୁ ଲିଜ୍ ରେ ନେବା ନିମନ୍ତେ ରିହାତି ମୂଲ୍ୟରେ ଏକର ପ୍ରତି ଟ.୧୦୦/- ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ଶତକଡା ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।ଏହି ଘୋଷଣା ପରେ ଟାଟା ଗୃପ କର୍ତୃପକ୍ଷଙ୍କୁ ଉକ୍ତ ହସ୍ପିଟାଲ କୁ ବିକ୍ରି କରିବାର ପଥ ସୁଗମ ହୋଇ ଯାଇଥିଲା।ଯାହା ହେଉ ଗତ ୨୦୧୮ ରୁ ନିର୍ମିତ ହୋଇ ତାଲା ଝୁଲୁଥିବା ସୁପର ସ୍ପେସିଆଲିଷ୍ଟ ହସପିଟାଲ ଆସନ୍ତା ଦିନରେ କାର୍ଯ୍ୟକ୍ଷମ ହେବା ଆଶା ଦେଖା ଦେଇଥିବାରୁ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶା ବାସୀ ଭୁବନେଶ୍ୱର ଓ ବିଶାଖାପାଟଣା ପରିବର୍ତ୍ତେ ଶୀତଳାପଲ୍ଲୀ ସ୍ଥିତ ସୋମ ହସପିଟାଲ ରୁ ପାଇ ପାରିବେ ବୋଲି ଅଞ୍ଚଳବାସୀ ମତପୋଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories