Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵଛ ସର୍ଭେକ୍ଷଣରେ ୨୦୨୩-୨୪ ବର୍ଷ ପାଇଁ ମାନ୍ୟତା ପାଇଲା ଗୋପାଳପୁର ଏନ ଏ ସି

ଗୋପାଳପୁର ୬/୧
ଗତବର୍ଷ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହାଉସିଂ ଏଣ୍ଡ ଅର୍ବାନ ଏଫିଅର (ମହୁଆ) ପକ୍ଷରୁ ନିରିପେକ୍ଷ ସର୍ଭେକ୍ଷଣ ଦଳ ଗୋପାଳପୁର ଏନ ଏ ସି ରେ ପରିମଳ, ସଫା ସୁତରା ଉପରେ ସର୍ଭେକ୍ଷଣ କରି ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିଥିଲେ l ଗତକାଲି ଏହାର ରିପୋର୍ଟର ଫଳାଫଳ ବାହାରିଥିଲା l ଏଥିରେ ଗୋପାଳପୁର ଏନଏସି ପକ୍ଷରୁ ଲୋକଙ୍କୁ ବାହ୍ୟମଳ ତ୍ୟାଗ ନ କରି ନିଜ ନିଜ ପାଇଖାନା ବ୍ୟବହାର କରୁଥିବା ଯଦ୍ୱାରା ସର୍ଭେକ୍ଷଣ ବେଳେ ବାହ୍ୟମଳ ତ୍ୟାଗ କରୁନଥିବା ଦେଖିବା ସହ ବିକ୍ରମପୁର ଠାରେ ଏଫ ଏସ ଟି ପି (ଫେକଲ ପ୍ଲସ ଟ୍ରିଟମେଣ୍ଟ ପ୍ଲାଣ୍ଟ)ରେ ସେଫଟିକ ଟ୍ୟାଙ୍କର ଆବର୍ଜନାକୁ ନେଇ ଖତ ପ୍ରସ୍ତୁତି କରାଯାଉଥିବାରୁ ଓପେନ ଡ଼ିଫେକ୍ସନ ଫ୍ରି (ଓ ଡି ଏଫ) ପ୍ଲସ ପ୍ଲସ ମାନ୍ୟତା ପାଇଛି l ସେହିପରି ଗାର୍ବେଜ ଫ୍ରି ସିଟି (ଜି ଏଫ ସି ) ଗୋପାଳପୁର ଠାରେ ଥିବା ୱେଲଥ ସେଣ୍ଟରରେ ସ୍ଵଛ ସାଥୀଙ୍କ ଦ୍ୱାରା ସହରର ପ୍ରତ୍ୟେକ ଘରେ ରହିଥିବା ଡଷ୍ଟପିନ ଓଦା ଓ ସୁକିଲା ଆବର୍ଜନାକୁ ନେଇ ଖତ ପ୍ରସ୍ତୁତି କରୁଥିବା ବେଳେ ଲୋକେ ଡଷ୍ଟପିନ ବ୍ୟବହାର କରି ଓଦା ଓ ସୁକିଲାକୁ ପୃଥକ ପୃଥକ ଭାବେ ରଖୁଥିବା ହେତୁ ସର୍ଭେକ୍ଷଣ ବେଳେ ଅଳିଆ ଆବର୍ଜନା ମୁକ୍ତ ସହର ଭାବେ ଗୋଟିଏ ଷ୍ଟାର ମାନ୍ୟତା ପାଇଁଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି l ମାନ୍ୟତା ପାଇଁଥିବା ହେତୁ ଗୋପାଳପୁର ବାସିନ୍ଦା ଏବଂ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି l ଆଗାମୀ ଦିନରେ ଏହାକୁ ଜାରି ରଖିବାକୁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି lଏଥି ସହ ଆସନ୍ତା ୧୧ ତାରିଖରେ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଙ୍କ ଠାରୁ ଗୋପାଳପୁର ଏନ ଏ ସି ପୁରସ୍କାର ପାଇବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories