ଚିପିଲିମା ଧନୁଯାତ୍ରା ୫ମ ସନ୍ଧ୍ୟା:-କାଳୀୟ ଦଳନକୁ ନେଇ କଂସ ଜର୍ଜରିତ, ରଙ୍ଗସଭାରେ ନାରଦମୁନିଙ୍କ ସହ ଅନ୍ୟାନ୍ୟ ରାଜା ପାତ୍ର ମନ୍ତ୍ରୀଙ୍କ ସହ ବିଚାର ପରାମର୍ଶ


ଚିପିଲିମା, ଚିପିଲିମା ଧନୁଯାତ୍ରାର ମହୋତ୍ସବ ର ପଞ୍ଚମ ସଂଧ୍ୟାରେ ମହା  ପ୍ରତାପୀ କଂସ ଙ୍କ ଦିଗବିଜୟ, ଗୋପପୁରରେ କାଳୀୟ ଦଳନ  ଘଟଣା ପ୍ରଚାରିତ ହେବାପରେ କଂସ ମହାରାଜ କ୍ରୋଧ ରେ ଜର୍ଜରିତ ହୋଇ,  ଦେବାର୍ଷି ନାରଦ ଙ୍କ ପରାମର୍ଶ ରେ ଜରୁରୀକାଳିନ ବୈଠକ ଡକାଇବା ପାଇଁ ମନ୍ତ୍ରୀ ଙ୍କୁ ଆଦେଶ ଦେଇଥିଲେ।
ରାଜ ଦରବାର ରେ ପାତ୍ରମନ୍ତ୍ରୀ ଙ୍କ ସହିତ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ନେଇ ଆଲୋଚନା,ବିଚାରପରାମର୍ଶ ହୋଇଥିଲା।
ରାଜ ଦରବାର ରେ ପାତ୍ରମନ୍ତ୍ରୀ ଙ୍କ ସହିତ ଗୁରୁତ୍ୱପୂର୍ଣ ଆଲୋଚନା,ରଙ୍ଗ ସଭାରେ ସ୍ୱର୍ଗ, ମର୍ତ୍ୟ, ପାତାଳ ସମସ୍ତ ରାଜା ସହିତ ଇନ୍ଦ୍ର, , ଚନ୍ଦ୍ର,ବରୁଣ, କୁବେର, ଅଗ୍ନି, ପ୍ରମୁଖ ଦେବତା ସହିତ ଚେଦି ରାଜ୍ୟ ରାଜା ଶିଶୁପାଳ, କଲକ୍ୟ  ରାଜା ନିର୍ବlତକବଚ, ଉଡଙ୍ଗ ରାଜା ବଜ୍ର ନାଦ, ଶଳିତପୁର ବାଣl ସୁର, ପଞ୍ଚବନ ଜ୍ୟୋତିଷପୁର ରାଜା ନାରକା ସୁର, କଳିଙ୍ଗ ରାଜା ବଜ୍ରସେନ, ମାଗଧ ରାଜା ଜରାସନ୍ଧ, ହସ୍ତିନା ରାଜା ଭୀଷ୍ମ, ପ୍ରମୁଖ ରାଜା ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିବା ବେଳେ  କୁମନ୍ତ୍ରଣ ହୋଇଥିଲା। ଅନ୍ୟ ପଟେ ଭକ୍ତିମୟ ପରିବେଶ ରେ ଗୋପ ନାଗରୀରେ କୃଷ୍ଣ ଙ୍କ ଲହୁଣୀ ଚୋରି, ଘଣ୍ଟେଶ୍ୱରୀ ମନ୍ଦିର ରାସ୍ତା କଡ ପୋଖରୀରେ କାଳୀୟ ଦଳନ, ଗୋପୀ ଙ୍କ ବସ୍ତ୍ର ହରଣ, ନାବିକେଳ  ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜକୀୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ଯୁବ ବିଜେଡ଼ି  ଯୁଗ୍ମ ସମ୍ପାଦକ ଇଂ ଦିଲୀପ ଦୁରିଆ, ମହିଳା ସମାଜ ସେବୀ କିରଣ ଜୟପୁରିଆ, ଅମର ତାଣ୍ଡିଆ,
ଧନକଉଡ଼ା ବ୍ଲକ  ବିଜେଡି ଯୁବ ସଭାପତି ବାଞ୍ଛାନିଧି ମିଶ୍ର, ବ୍ଲକ ମହିଳା ନେତ୍ରୀ ସାବିତ୍ରୀ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ରାଜା କଂସ ଙ୍କ ନିର୍ଦ୍ଧେଶ କ୍ରମେ ଅତିଥି ମାନଙ୍କୁ ରାଜ ଦରବାର ରେ ସ୍ୱାଗତ କରିବା ସହିତ  ପୁଷ୍ପ ଗୁଚ୍ଛ ସହ ଉପଢୌକନ  ଦେଇ ସମ୍ମାନିତ କରାଯାଇଥିଲା।ପରେ ଜମନକିରା ରୁ ନିମନ୍ତ୍ରିତ ହାସ୍ୟକବି ପ୍ରମୋଦଙ୍କ ସହ ଅନ୍ୟ ଜଣେ ହସ୍ୟକବିଙ୍କୁ ମଧ୍ୟ କବିତା ପାଠ ପାଇଁ କଂସ ମହାରାଜ ସୁଯୋଗ ପ୍ରଦାନ କରାଯାଇଥିଲା।ଆମୋଦ ପ୍ରମୋଦ ପାଇଁ ନାଚ,ଗୀତ,ଦଳଗତ ନୃତ୍ୟକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ମିନା ବଜାରରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।