Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଗୁଡ୍‌ ଫ୍ରାଇଡେ

ଭୁବନେଶ୍ବର: ଆଜି ଗୁଡ୍‌ ଫ୍ରାଇଡେ। ପ୍ରତିବର୍ଷ ଏହିଦିନରେ ଗୁଡ୍‌ ଫ୍ରାଇଡେ ପାଳନ କରାଯାଏ। ଆଜି ଦିନରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅତି ନିର୍ମମ ଭାବେ କ୍ରୁସ ବିଦ୍ଧ କରି ହତ୍ୟା କରାଯାଇଥିଲା।

ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଶୁକ୍ରବାର ଦିନକୁ ପ୍ରଭୁ ଜେସସ୍‌ଙ୍କ ଶୋକ ଦିବସ ଭାବରେ ପାଳନ କରନ୍ତି। ଯୀଶୁ ଖ୍ରୀଷ୍ଟ ମାନବଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତେଣୁ ଏହି ଶୁକ୍ରବାରକୁ ଖ୍ରୀଷ୍ଟିଆନମାନେ ‘ଗୁଡ୍‌ ଫ୍ରାଇଡେ’ ଭାବରେ ପାଳନ କରନ୍ତି। ଏହି ଦିନ ମୁଖ୍ୟତଃ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଦିବସ ଭାବରେ ମଧ୍ୟ ପାଳନ କରନ୍ତି।

ବାଇବେଲ୍‌ ଅନୁଯାୟୀ, ଏହି ଦିନ ମାନବ ଜାତିର କଲ୍ୟାଣ ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରଭୁ ଯିଶୁ ନିଜ ପ୍ରାଣ ତ୍ୟାଗ କରିଥିଲେ। ଯିହୁଦୀ ଶାସକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତ ପ୍ରକାରର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ ଏବଂ ପରେ ତାଙ୍କୁ କ୍ରୁସ ବିଦ୍ଧ କରି ହତ୍ୟା କରିଥିଲେ।

ଖ୍ରୀଷ୍ଟିଆନଙ୍କ ପବିତ୍ର ପୁସ୍ତକ ବାଇବଲରେ ଏହା ମଧ୍ୟ କୁହାଯାଇଛି ଯେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁସ ବିଦ୍ଧ କରାଯିବା ସମୟରେ ପ୍ରାୟ ୩ ଘଣ୍ଟା ଧରି ସମଗ୍ର ରାଜ୍ୟରେ ଅନ୍ଧକାର ରହିଥିଲା।

ଆଜି ଦିନଟି ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହି ଧର୍ମାବଲମ୍ବୀ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ଶରଣାପନ୍ନ ହୋଇ ନିଜ ଦୋଷ ସ୍ବୀକାର କରିଥାନ୍ତି। ଏହାକୁ କନ୍ଫେସନ୍‌ କୁହାଯାଏ। ଏଥିପାଇଁ ବିଭିନ୍ନ ରାଜ୍ୟର ଚର୍ଚ୍ଚମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ବାପ୍ଟିଷ୍ଟ ଓ କ୍ୟାଥୋଲିକ୍‌ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।