Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗରେ ବକ୍ତୃତାମାଳା

ଗୋପାଳପୁର ୮/୧
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗରେ ଆଜି ଏକ ଆମନ୍ତ୍ରିତ ବକ୍ତୃତାମାଳା ଅନଲାଇନରେ ଅନୁଷ୍ଠିତ ହୋଇଥିଲା। ଏହି ବକ୍ତୃତାମାଳାରେ ହାଭାର୍ଡ ବିଶ୍ଵବିଦ୍ୟାଳୟର ଗବେଷକ ଡ଼. ମନିସ କୁମାର ” ବିପାକ ପ୍ରଣାଳୀରେ ଗୁଣସୂତ୍ର ପରିବର୍ତ୍ତନ କରି ମ୍ୟାଲେରିଆ ଚିକିତ୍ସା”ଶୀର୍ଷକ ସମ୍ବନ୍ଧରେ ନିଜର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ବିଦେଶରେ ଥିବା ଗବେଷଣା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ। ଏହି ବକ୍ତୃତାମାଳାକୁ ବିଭାଗୀୟ ମୁଖ୍ୟ ଡ. ପ୍ରସନ୍ନ କୁମାର ଦିକ୍ଷୀତ ସଂଯୋଜନା କରିଥିଲେ। ଶେଷରେ ଡ. ସନ୍ଦୀପ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ସ୍ବତନ୍ତ୍ର ବକ୍ତୃତାମାଳାରେ ବିଭାଗର ସମସ୍ତ ଶିକ୍ଷକ, ଛାତ୍ର ଛାତ୍ରୀ, ଗବେଷକ, ଗବେଷିକା ଏବଂ ଆଖ ପାଖ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories