ଶୀତକାଳୀନ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା


କଳାହାଣ୍ଡି, ୦୯/୦୧ (ଜଗନ୍ନାଥ ନାଏକ) : ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ର ଜାତୀୟ ସେବା ଯୋଜନା ଦ୍ଵାରା ପୋଷ୍ୟ ଗ୍ରାମ ରିସିଗାଁ ଠାରେ ଅନୁଷ୍ଠିତ ଶୀତକାଳୀନ ଶିବିରର ଚତୁର୍ଥ ଦିବସରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ପ୍ରୋଗ୍ରାମ ଅଫିସର ଡା: ରାଧାରାଣୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟ ରୁ ଏକ ଛ ଜଣିଆ ଦଳ ରିସିଗାଁ ହାଇସ୍କୁଲ ରେ ସକାଳ ଦଶଟା ରେ ପହଞ୍ଚିଥିଲା l ଏହି ଦଳରେ ତିନିଜଣ ଡାକ୍ତର ଦୁଇଜଣ ଫାର୍ମାସିଷ୍ଟ ଏବଂ ଜଣେ ଆସିଷ୍ଟାଣ୍ଟ ଥିଲେ l ସେମାନେ ହେଲେ ଡାକ୍ତର ଜୟନ୍ତୀବାଳା ନାୟକ, ଡାକ୍ତର ଲୋରାଲିପସା ଏବଂ ଡାକ୍ତର ଜୀବନ କୁମାର ଦାସ, ଫାର୍ମାସିଷ୍ଟ ମାନେ ହେଲେ ଟେକାରାମ ମଣି ଦାସ, ସୁରଜ ରଞ୍ଜନ ପଣ୍ଡା l ପ୍ରଥମେ ଡାକ୍ତର ଜୟନ୍ତୀବାଳା ନାୟକ ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ସ୍ଵେଚ୍ଛାସେବୀ ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନ କରିଥିଲେ l ସେଗୁଡିକ ହେଲା, ଋତୁଶ୍ରାବ ସଚେତନତା, ପୌଷ୍ଟିକ ଆହାର ସଚେତନତା, ରକ୍ତହୀନତା ଓ ସିକିଲସେଲ ଏବଂ ତତ ସହିତ ସରକାରଙ୍କର ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କ ପାଇଁ ଥିବା ବିଭିନ୍ନ ମାଗଣା ସ୍ୱାସ୍ଥ୍ୟସେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ l ପରେ ପରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ବିଭିନ୍ନ ସାଧାରଣ ରୋଗର ଚିକିତ୍ସା ସହିତ ବ୍ଲଡ଼ ପ୍ରେସର ଯାଞ୍ଚ,ଫାଷ୍ଟ ଏଡ଼ କରାଯାଇଥିଲା l ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କୁ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦିଆଯାଇଥିଲା l
ପରିଶେଷରେ ଡା ରାଧାରାଣୀ ନାୟକ, ଏହିପରି ଗାଁ ରେ ଯାଇ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ସମଗ୍ର ଡାକ୍ତରୀ ଦଳକୁ ଧନ୍ୟବାଦ ଦେବା ସହିତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ l
ସରପଞ୍ଚ ଶ୍ରୀମତୀ ବିନୋଦିନୀ ବେହେରା, ଏନ ଏସ ଏସ ଦ୍ୱାରା ତାଙ୍କ ପଞ୍ଚାୟତରେ ଏପରି ଏକ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଡା ରାଧାରାଣୀ ନାୟକ ଏବଂ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା ତ୍ରିଲୋଚନ ଜେନା ଏବଂ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଶଙ୍କର ଦଳାଇ, ଚିତ୍ତରଞ୍ଜନ ମହାପାତ୍ର, ସୁଜାତା ସାହୁ, ସୁଶ୍ରୀ ନିବେଦିତା, ମୋନାଲିସା ପ୍ରହରାଜ ଆଦି ଉପସ୍ଥିତ ଥିଲେ l ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ସ୍ୱସ୍ତିକା, ସିପ୍ରା, ଶିବାନୀ, ସାତ୍ୱୀକା ଆଦ୍ୟାଶା , ରିଙ୍କି, ମଧୁସ୍ମିତା, ପ୍ରିୟା, ଦୁବକାନ୍ତା, ଶ୍ରୁତିରେଖା ଆଦି ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ l