Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳ ଙ୍କ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ।ଭଞବିହାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କାର୍ଯ୍ୟକ୍ରମ।

ଗୋପାଳପୁର,୦୯/୦୧
ମହାମହିମ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ରାଜ୍ୟପାଳ ୧୦ ତାରିଖ ଦିନ ସକାଳ ୯ ଟା ୧୦ ରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ରୁ ଗଜପତି ଜିଲ୍ଲା ଅଭିମୁଖେ ଯାତ୍ରା କରିବା ସହ ରାତି ସାଢେ଼ ୮ ଟାରେ ପାରଳାଖେମୁଣ୍ଡି ରୁ ଗୋପାଳପୁର ସର୍କିଟ ହାଉସ୍ ରେ ପହଞ୍ଚିବେ।୧୧ ତାରିଖ ଦିନ ସକାଳ ସାଢେ଼ ଆଠଟା ବେଳେ ସର୍କିଟ ହାଉସ୍ ରୁ ବାହାରି ୯ ଟା ୧୫ ରେ ତାରାତାରିଣୀ ମନ୍ଦିର,୧୦ ଟା ୪୫ ରେ ହୁମା ଠାରେ ଥିବା ଅଙ୍ଗନବାଡ଼ି ନଂ ୪ ପରିଦର୍ଶନ ସହ ସେଠାରେ ଅଙ୍ଗନବାଡ଼ି କର୍ମୀ ଙ୍କ ସହ ଅଭିଭାବକ ଙ୍କ ସହ ପୋଷଣ କାର୍ଯକ୍ରମ ନେଇ ଆଲୋଚନା କରିବେ।ଦିନ ୧୧ ଟା ୧୫ ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଉରୀଗଣ୍ଡ ପଲ୍ଲୀ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସହ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ।ଦିନ ୧୧ ଟା ୪୫ ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡିମିରିଆ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା,ଦିନ ୧ ଟା ବେଳେ ଛତ୍ରପୁର ସର୍କିଟ ହାଉସ୍ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ ର କାର୍ଯକ୍ରମ ସ୍ଥିର କରାଯାଇଛି। ଅପରାହ୍ନ ୨ ଟା ବେଳେ ଚମାଖଣ୍ଡି ଠାରେ ଗ୍ରାମ୍ୟ ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ଥିବା ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ ସହ ମହିଳା ସଂଘ ସଦସ୍ୟ ଙ୍କ ସହ ଆଲୋଚନା କରିବେ, ଅପରାହ୍ନ ୩ ଟା ବେଳେ କୁକୁଡାଖଣ୍ଡି ବ୍ଲକ ମିନି ଷ୍ଟାଡିୟମ ରେ ପହଞ୍ଚି ସେଠାରେ ଗ୍ରାମବାସୀ,କୃଷକ ସମେତ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା, ଅପରାହ୍ନ ୩ ଟା ୧୫ ରେ କୁକୁଡାଖଣ୍ଡି ମିନି ଷ୍ଟାଡିୟମ ରୁ ବାହାରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞବିହାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନ ୩ ଟା ୪୫ରେ ପହଞ୍ଚି ସେଠାରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ସମେତ ରୋଗୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ସେଠାରୁ ୩ ଟା ୫୫ ମିନିଟ୍ ରେ‌ ବାହାରି ୪ ଟା ବେଳେ ଭଞବିହାର ଏୟାର ଷ୍ଟ୍ରିପ ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।ଏହା ମଧ୍ୟରେ ରାଜ୍ୟପାଳ ଙ୍କ ଗସ୍ତ କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସମେତ ସେ ଗସ୍ତ କରିବାକୁ ଥିବା ବିଭିନ୍ନ ସ୍ଥାନ ମାନଙ୍କରେ ଚଳଚଞ୍ଚଳ ହୋଇ ଉଠିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories