Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗୀତା ରେ ରନର୍ସଅପ୍ ହେଲା ଏହେସାସ ତାଇକଣ୍ଡୋ ଏକାଡେମୀ

ବୀରମହାରାଜପୁର : (ସୌମିତ୍ରି ମେହେର) ଓଡିଶା ତାଇକଣ୍ଡୋ ଏକାଡେମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ତାଇକଣ୍ଡୋ ଚମ୍ପିିଆନସିପରେ ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଏକାଡେମୀର ଖେଳାଳୀଙ୍କୁ ସଫଳତା ମିଳିଛି । ଏହି ଚମ୍ପିଆନସିପରେ ଏହେସାସ ତାଇକଣ୍ଡୋ ଏକାଡେମୀ ରନର୍ସଅପ ହୋଇଥିବାବେଳେ ୭ ଗୋଟି ସ୍ୱର୍ଣ୍ଣ , ୨ ଗୋଟି ରୋପ୍ୟ ଏବଂ ୬ ଗୋଟି କାଂସ୍ୟ ପଦକ ହାସଲ କରିଛନ୍ତି ଏକାଡେମୀର ଖେଳାଳୀ । ପୁରୀସ୍ଥିତ ରାଣୀସତି ଭବନଠାରେ ଦୁଇଦିନ ଧରି ଆୟୋଜିତ ଏହି ଚମ୍ପଆନସିପରେ କୁମାର କାସ୍ୟପ ଶଡଙ୍ଗୀ , ହର୍ଷିତା ନାୟକ , ରବୀଶଙ୍କର ସାହୁ , ସୁନିତା ନାୟକ , ପ୍ରୀୟଦର୍ଶନୀ କର , ଅନ୍ୱେଶ ହୋତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ଜ୍ୟୋତିର୍ମୟୀ ସାହୁ , ହରିପ୍ରୀୟା ମିଶ୍ରଙ୍କୁ ରୋପ୍ୟ ଏବଂ ଅର୍ଲିନ ମିଶ୍ର , ତନୟା ଡି. ପଟ୍ଟନାୟକ , ବିଶ୍ୱନାଥ ଭୋଇ , ରାଜକୁମାର ପାତ୍ର , ଦେବାଶିଷ ଚନ୍ଦ୍ର ନାୟକ ,ଏସ ପ୍ରୀୟଦର୍ଶନୀଙ୍କୁ କାଂସ୍ୟ ପଦକ ମିଳିଛି । ଖେଳାଳୀଙ୍କ ଏହି ସଫଳତା ପାଇଁ ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଏବଂ ସଂପାଦକ ଏହେସାସ ହୋତା ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।