ଜଟେସିଂହା ରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁ ଗ୍ରାମବାସୀ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି । ଗାଁ ‘କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ନିକଟସ୍ଥ ହରିହର ଜୋର ଠାରୁ ବହୁ ବର୍ଷ ହେବ ଲକ୍ଷାଧିକ ଟଙ୍କା ବ୍ୟୟରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେlଇ ଆସୁଅଛି । ଉକ୍ତ ଗ୍ରାମରେ ୪୦୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗ୍ରାମବାସୀ ସମସ୍ତେ ପିଇବା ପାଣି ପାଇଁ ଏହି ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି । ଗତ ବନ୍ୟା ପର ଠାରୁ ଉକ୍ତ ପ୍ରକଳ୍ପ ବନ୍ଦ ହୋଇ ରହିଛି । ଫଳରେ ଲୋକେ ସ୍ଥାନୀୟ ପୋଖରୀ ଓ ଖୋଲା କୂଅରୁ ଅସୁରକ୍ଷିତ ଦୁଷିତ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଦୁଷିତ ପାନୀୟ ଜଳ ପିଇ ଗ୍ରାମର ବହୁ ଲୋକ ବିଭିନ୍ନ ସଂକ୍ରମଣ ରୋଗ ର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି । ବିଭାଗୀୟ ଅଧିକାରୀ ଙ୍କୁ ଉକ୍ତ ସମସ୍ୟା ଉପରେ ସ୍ଥାନୀୟ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କୈାଣସି ସୁଫଳ ପାଇପାରି ନାହାଁନ୍ତି । ଯାହା ଫଳରେ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୟାର ଭିତରେ ଗ୍ରାମର ଜନସାଧାରଣ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଲିଖିତ ଭାବେ ଜଣାଇଛନ୍ତି । ଅଧିକାରୀ ଖୁବ୍ ଶୀଘ୍ର ମରାମତି ହେବ ବୋଲି କଥାକୁ ହାଲୁକା ଭାବେ ଗ୍ରହଣ କରିଥିଲେ । କାର୍ଯ୍ୟାଳୟ ଜଣେ କର୍ମଚାରୀ ଙ୍କ କହିବା ଅନୁସାରେ ରାସ୍ତା ପ୍ରସ୍ତତିକରଣ ଯୋଗୁଁ ଉକ୍ତ ରାସ୍ତା ଉପରେ ପୋତା ଯାଇଥିବା ପାଇବ ନଷ୍ଟ ହୋଇଥିବା ଯୋଗୁ ପାଣି ଚଳାଚଳ ରେ ବାଧା ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ପ୍ରକଳ୍ପ ତୁରନ୍ତ ମରାମତି ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି ।