Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୈରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶଶିଭୂଷଣ ସେଠି ଯୋଗ ଦେଇଥିଲେ I ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ବଘାର , ପ୍ରଧାନ ଶିକ୍ଷକ ସୁରେଶ ପଧାନ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲେଖରାଜ ସାଗର , ମୋ ସ୍କୁଲ ଅଭିଯାନ ସଭାପତି କ୍ଷେତ୍ରବାସୀ ଜଗଦଲା , ପୂର୍ବତନ ସଭାପତି ନାଏକ ଜଗଦଲା , ଯୁବ ସମାଜସେବୀ ରଞ୍ଜିତ ଜଗଦଲା ପ୍ରମୁଖ ଯୋଗଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ କୋମଳମତି ଛାତ୍ରଛାତ୍ରୀ ମାନେ ମଶାଲ ଶୋଭାଯାତ୍ରା କରି ଖେଳ ପଡିଆରେ ପହଞ୍ଚି ଥିଲେ l ବିଦ୍ୟାଳୟର ଶିକ୍ଷକ ବିଭୀଷଣ ଧରୁଆ , ଜିତେନ୍ଦ୍ର ପର୍ଡିଆ , ସରତ ଚନ୍ଦ୍ର ନାଏକ , ଯୁଗୋଳ ପଧାନ ପ୍ରତ୍ୟେକ ପର୍ଯ୍ୟାୟ କ୍ରୀଡା ପ୍ରତିଯୋଗିତାର ସମସ୍ତ ଦାୟିତ୍ୱ ତୁଳେଇଥିବା ବେଳେ ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପ୍ରତ୍ୟେକ ବିଭାଗ ଖେଳରେ ଅଂଶଗ୍ରହଣ କରିଥିଲେ l ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଖେଳ ପ୍ରଦର୍ଶନ ସହିତ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ l