ବାଘପାଲି ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବାଘପାଲି ଠାରେ ଚନ୍ଦ୍ରମଣି ଦାସ ଯୁବକ ସଂଘ ତରଫରୁ ସ୍ୱଚ୍ଛ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୱାଡ୍ ମେମ୍ବର ଶୁକଦେବ ପ୍ରଧାନ, ଅଙ୍ଗନୱାଡ଼ି କର୍ମୀ ସୀମାରାଣୀ ଭୋଇ , ସ୍ଵେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରି ଅତିଥି ଭାବରେ ଯୋଗଦେଇ ସ୍ବଚ୍ଛତା ଉପରେ ଆଲୋକପାତ କରିଥିଲେ । ଚନ୍ଦ୍ରମଣି ପୀଠ , ରାସ୍ତାଘାଟ , ମନ୍ଦିର , ପୋଖରୀ , ନଳକୂପ ଆଦି ସ୍ଥାନରେ ସଫେଇ କରାଯାଇଥିଲା। କ୍ଳବ୍ ର ସଭାପତି ପଦ୍ମଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଚନ୍ଦ୍ରମଣି ଦାସ ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ହିମାଂଶୁ ପ୍ରଧାନ ଧନ୍ୟବାଦ ଅର୍ପଣ ଦେଇଥିଲେ।