Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋରିଗାଁ ରେ ଏସ ବି ଏଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

ଗୋପାଳପୁର, ୧୩/୧
ବୋରିଗାଁ ଶିବ ମନ୍ଦିର କଲ୍ୟାଣ ମଣ୍ଡପରେ ଶନିବାର ଦିନ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଅଗ୍ରୱାଲ ଡାଇବେଟିସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବରିଷ୍ଠ ଡାଇବେଟିସ ଡାକ୍ତର ପ୍ରମୋଦ ଅଗ୍ରୱାଲ ଯୋଗଦେଇ ୯୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ। ମେଗା ସ୍ୱାସ୍ଥ୍ୟ ସେବା ଶିବିରକୁ ସ୍ଥାୟୀ ବିକାଶ ଲକ୍ଷ୍ୟର ସିଇଓ ରବୀନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏବଂ ସେକ୍ରେଟାରୀ ଉମାଶଙ୍କର ସାହୁ, କୋଷାଧ୍ୟକ୍ଷ ଜୟସେନ ସାସମଲ, ସମାଜସେବୀ କୀର୍ତ୍ତନ ସାହୁ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ବେହେରା, ଆଞ୍ଚଳିକ ସଭାପତି ସ୍ଵରାଜ୍ୟ ପଟ୍ଟନାୟକ, ସେକ୍ରେଟାରୀ ଶିବରାମ ସାହୁ ଏବଂ ସ୍ଥାୟୀ ବିକାଶର ସେକ୍ରେଟାରୀ ଏବଂ ଡେପୁଟି ସେକ୍ରେଟାରୀ ମାନଙ୍କ ମଧ୍ୟରେ ଲକ୍ଷ୍ମୀନୃସିଂହ ସାହୁ, ବି. ଜନାର୍ଦନ ରେଡ୍ଡୀ, ସ୍ୱପ୍ନା ବେହେରା, ଦୀପ୍ତିମୟୀ ସାହୁ, କେ ଇନ୍ଦୁ, ମାମାଲି ସେଠୀ, ରାଧାରାଣୀ ସାମନ୍ତରାୟ, ବଦ୍ରୀ ନାରାୟଣ ରଥ, କାମ୍ପନିଧି ସାହୁ, ରବୀନ୍ଦ୍ର ଗୌଡ, ପୂର୍ବତନ ସରପଞ୍ଚ ବସନ୍ତ କୁମାର ସାହୁ, ସମାଜସେଵୀ ସୁରେଶ ଚନ୍ଦ୍ର ସାହୁ, ଭାଗ୍ୟବାନ ସାହୁ ପ୍ରମୁଖଙ୍କ ଉପସ୍ଥିତି ରହିଥିଲେ । ଆଗାମୀ ଦିନରେ ସଂଗଠନ ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେବା ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା ରହିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories