Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ପାୱାର ହାଉସ ୱେଲଫେଆର ସମ୍ପାଦକ ନିର୍ଦ୍ୱନ୍ଦରେ ମନୋନୀତ

ଚିପିଲିମା,(ବୁର୍ଲା)ଵବୁର୍ଲାସ୍ଥିତ ହୀରାକୁଦ ଜଳବିଦ୍ୟୁତ ପ୍ରକଳ୍ପ(ଏଚଏଚଇପି)ୱେଲଫେୟାର କମିଟିର ବାର୍ଷିକ ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଇଯାଇଛି ।ଏହି ନିର୍ବାଚନ ପାଇଁ ଧାର୍ଯ୍ୟ ସମୟ ସୁଦ୍ଧା ସମସ୍ତ ପଦ ପାଇଁ ଅନ୍ୟ କୌଣସି ପାର୍ଥିପତ୍ର ଦାଖଲ ନହେବାରୁ ଶ୍ରୀଦୀପ୍ତିକାନ୍ତ ପଟ୍ଟନାୟକ ୱେଲଫେୟାର କମିଟିର ସମ୍ପାଦକ ଏବଂ ପାୱାରହାଉସ ୱେଲଫେୟାର କମିଟିର କ୍ଳବ ସହ ସମ୍ପାଦକ ଭାବେ ,ଶ୍ରୀ ରବି ନାରାୟଣ ସାହୁ ଏବଂ ସନ୍ତୋଷ ଦୋରା ବାର୍ଷିକ ଉତ୍ସବ ପାଇଁ ସହ ସମ୍ପାଦକ ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି। ଏଚଏଚଇପି ଡେପୁଟି ଜେନେରାଲ ମ୍ୟାନେଜର ଏହି ନିର୍ବାଚନକୁ ପରିଚାଳନା କରିଥିଲେ,ଆସନ୍ତା କିଛି ଦିନ ମଧ୍ୟରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ