Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେସବୁକ ରୁ ପ୍ରେମ୍ ଭାୟା ଓୟେ ହୋଟଲ, ମେଡିକାଲ ରୁ ମୃତ ଦେହ ଉଦ୍ଧାର।ମୃତକ ପ୍ରେମିକା ଜଣଙ୍କ ଅଙ୍ଗନବାଡ଼ି କର୍ମୀ।

ଗୋପାଳପୁର,୧୩/୦୧
ଫେସବୁକ ରୁ ପ୍ରେମ୍,ଦେଖା ହେବା ପାଇଁ ଓୟୋ ହୋଟଲ କିନ୍ତୁ ପ୍ରେମିକା ର ମୃତଦେହ ଠାବ ହେଲା ମେଡିକାଲ ବେଡରୁ।ଏପରି ଏକ ଘଟଣା ଗୋଳନ୍ଥରା ଥାନା ଇଲାକାରେ ଚର୍ଚ୍ଚା ର ବିଷୟ ପାଲଟିଛି।ମୃତକ ପ୍ରେମିକା ଜଣଙ୍କ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବୀରଭଦ୍ରପୁର ଅଞ୍ଚଳର ବୈଶାଳୀ ପାଣ୍ଡେ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଜଣେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।
ଭୁବନେଶ୍ୱର ନୟାପଲ୍ଲୀ ବେହରା ସାହିର ସଂକେତ ସେନାପତି (୨୮), ଜେ.କେ ଟାୟାର କମ୍ପାନୀର ଏରିଆ ମେନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବୀରଭଦ୍ରପୁର ଅଞ୍ଚଳର ବୈଶାଳୀ ପାଣ୍ଡେ ମଧ୍ୟରେ ଅଢେଇ ବର୍ଷ ତଳୁ ଫେସବୂକ ରୁ ପ୍ରଥମେ ବନ୍ଧୁତା ପରବର୍ତୀ ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଶୁକ୍ରବାର ଅପରାହ୍ନ ସଂକେତ ବ୍ରହ୍ମପୁରରେ ପହଞ୍ଚିବା ପରେ ଓ ବୈଶାଳୀ ପୁରୀରୁ ରାଜ୍ୟରାଣୀ ଟ୍ରେନ ଯୋଗେ ବ୍ରହ୍ମପୁର ରେ ପହଞ୍ଚି ଥିଲେ।ପରେ ଉଭୟେ କାର ଯୋଗେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟରେ ଥିବା ନିର୍ମାଲ୍ୟ ପ୍ଲାଜା( ଓୟୋ ) ହୋଟେଲରେ ପହଞ୍ଚି ରୁମ ବୁକ୍ କରିଥିଲେ। ସେଠାରେ ରୁମ ନଂ ୨୦୫ ପରେ ରହିବା ପରେ ସନ୍ଧ୍ୟାରେ ଦୁହେଁ କାରରେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ସେଠାରେ ବୈଶାଳୀ ଅସୁସ୍ଥ ଅନୁଭବ କରିଥିଲେ l ପୁଣି କିଛି ସମୟ ମଧ୍ୟରେ ଉଭୟେ ଓୟୋ ହୋଟେଲ କୁ ଫେରି ଆସିଥିଲେ l ରାତି ସାଢେ ୯ ଟା ବେଳେ ବୈଶାଳୀ ବାନ୍ତି କରିବା ସହ ଅଚେତ ହୋଇ ଯାଇଥିଲେ l ସଂକେତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ବ୍ରହ୍ମପୁର ବଡ ମେଡିକାଲ ନେଇଥିବା ବେଳେ ସେଠାରେ ରାତି ସାଢେ଼ ଦଶଟା ବେଳେ ଡାକ୍ତର ବୈଶାଳୀଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଉକ୍ତ ରାତିରେ ସଂକେତ ମୃତ ବୈଶାଳୀଙ୍କ ପରିବାରଙ୍କୁ ଓ ନିଜ ଘର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ l ବୈଶାଳୀଙ୍କ ପରିବାର ବର୍ଗ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଂଚି ମୃତ ଦେହ ଦେଖିବାକୁ ପାଇଥିଲେ l ଆଜି ସକାଳଳେ ମୃତ ବୈଶାଳୀଙ୍କ ମା ଶକୁନ୍ତଳା ଦାଶ ଗୋଳନ୍ଥରା ଥାନାରେ ପହଁଚି ମୋ ଝିଅକୁ ବାରମ୍ବାର ଦୁଷ୍କର୍ମ କରବା ପରେ ହତ୍ୟା କରାଯାଇଥିବା ନେଇ ଲିଖିତ ଏତଲା ଦେଇଥିଲେ l ପୋଲିସ ଏତଲାକୁ ଭିତ୍ତି କରି ଥାନାରେ ୨୩/୨୪ ରେ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ହୋଟେଲ ରୁମରୁ ଜୋତା, ଔଷଧ ଏବଂ ସଂକେତ ଓ ବୈଶାଳୀ ବ୍ୟବହାର କରୁଥବା ଦୁଇଟି ମୋବାଇଲ ଫୋନ ଜବତ କରିଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ବ୍ରହ୍ମପୁର ବଡ ମେଡିକାଲ ରେ ପଞ୍ଚନାମା କରିଥିଲା l ଘଟଣାକୁ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ ରଖିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ସଂକେତକୁ ଥାନାରେ ଅଟକ ରଖି ପଚାରା ଉଚରା ଚାଲିଛି ଓ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories