ଝାରସୁଗୁଡା ୧୪/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସପ୍ତାହ ବ୍ୟାପି ଅନୁଷ୍ଠିତ ହେଉଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ ସା ଆନୁଷ୍ଠାନିକ ଭାବେ ଘୋଷଣା କରି ଛାତ୍ରୀ ମାନେ ଶିକ୍ଷାଲାଭ କରିଥିବା କୌଶଳକୁ ନିଜର ସୁରକ୍ଷା ନିମନ୍ତେ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ଅଶ୍ୱିନୀ ସାହୁ, ଅଧ୍ୟାପକ ଅକ୍ଷୟ ପଧାନ, ଅଧ୍ୟାପକ ରୋହିତ ପାଢ଼ୀ,ଅଧ୍ୟାପିକା ତନୟା ଗରୁଡ଼ ଓ ଭଗବତୀ କିସାନ,ଗୀତାଞ୍ଜଳୀ ପଧାନ,ଉସତ ପଧାନ, ଅତୁଲ୍ୟ ପଧାନ, ନିରଞ୍ଜନ ମେହେର,ଚନ୍ଦ୍ର ଶେଖର ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ପ୍ରଶିକ୍ଷିକା ଭାବେ ମାଷ୍ଟର ଟ୍ରେନର ଝରଣା ମୁଣ୍ଡା ଓ ବିନୋଦିନି କର୍ତ୍ତା ସମୁଦାୟ ୧୦୮ ଜଣ ଛାତ୍ରୀଙ୍କୁ ଜୁଡୋ,କରାଟେ ଆଦି ତାଲିମ ଦେଉଛନ୍ତି । ବିଦ୍ୟାଳୟର ଖେଳ ଅଧ୍ୟାପକ ମନୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ତାଲିମ ଶିବିର ଆଠ ଦିନଧରି ଚାଲିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।