Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ରେ ମକର ମହୋତ୍ସବ ପାଳିତ

ଗୋପାଳପୁର ୧୪/୦୧ ଗୋପାଳପୁର ବେଳାଭୁମିରେ ଆଜି ଅପରାହ୍ନରେ ଫକ କଲଚୁରାଲ ଏକାଡେମି,ଦୈନିକ ଆଶା ଓ ଗଞ୍ଜାମ ହୋଟେଲ ଆସୋସିଏସନ ମିଳିତରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସି ଟି ଏମ ଏସ କୃଷ୍ଣଚନ୍ଦ୍ର ନିଶାଙ୍କ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ହୋଟେଲ ଆସୋସିଏସନ ସଭାପତି ଉମା ଶଙ୍କର ପାଣିଗ୍ରାହୀ ଯୋଗ ଦେଇ ଆଗକୁ ଏଭଳି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକର୍ଷିତ କରିବ ସେଥି ପ୍ରତି ଦୃଷ୍ଟି ଦେବେ ବୋଲି ନିଜର ମତ ରଖିଥିଲେ l ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଦିଗପହଣ୍ଡି ପଶୁ ମୁଖା ନୃତ୍ୟ ମହିଷା ଅସୁର ବଧ, ଢ଼େଙ୍କାନାଳର ପାଇକ ଆଖାଡା, ପୁରୀର ମାଲଖମ୍ବ ଓ ସ୍ଥାନୀୟ ନାରାୟଣପୁର ମା ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସମେତ ବହୁ ପର୍ଯ୍ୟଟକ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories