Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେପୁଟି କଲେକ୍ଟର ଉପେନ୍ଦ୍ର ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ହେବାକୁ ଥିବା ଏହି ଉତ୍ସବରେ ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ମିଳିତ ପ୍ୟାରେଡ ଉତ୍ସବରେ ମୋଟ ୩୪ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିବେ ବୋଲି ଜଣାଯାଇଛି। ଏଥିପାଇଁ ଆସନ୍ତା ୨୨ ଓ ୨୪ ତାରିଖରେ ଷ୍ଟାଡିୟମ ପଡିଆରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବା । ଏଥିସହ ଛାତ୍ର ଛାତ୍ରୀଙ୍କ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା । ବୈଠକରେ ସ୍ଥାନୀୟ ବିଭିନ୍ନ ଅଧିକାରୀଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ , ଜନପ୍ରତିନିଧି , ଶିକ୍ଷକ , ଅଧ୍ୟାପକ , ବ୍ୟବସାୟୀ , ସମାଜସେବୀ ଯୋଗ ଦେଇଥିଲେ । ଶେଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ପ୍ରିୟଦର୍ଶୀ ଅଶୋକମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ