Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମା ଭଣ୍ଡାର ଘରଣୀ ଦେବୀଙ୍କ କଳସ ଯାତ୍ରା ସହ ଧର୍ମଗଡ ରେ ଆରମ୍ଭ ହେଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କୋକସରା: ୧୫/୦୧
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଆଜି ଧର୍ମଗଡ ମା ଭଣ୍ଡାର ଘରଣୀ ଙ୍କ ମନ୍ଦିରରୁ ବିଶାଳ କଳସ ଯାତ୍ରା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା ଙ୍କ ମନ୍ଦିରରୁ କଳସ ଯାଇ ମୁଖ୍ୟ ମଞ୍ଚରେ ସ୍ଥାପନା ଓ ମଞ୍ଚ ପୂଜା କାର୍ଯ୍ୟକ୍ରମ ମନ୍ଦିର ପୁଝାରୀ ଉତ୍ସଵ କମିଟି ର କର୍ମକର୍ତ୍ତା ଙ୍କ ଗହଣରେ ଶେଷ ହୋଇ ଯାଇଛି। ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ସମେତ ବିଭିନ୍ନ ଉପ କମିଟି ର କର୍ମକର୍ତ୍ତା ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ଲିଙ୍ଗରାଜ ପାତ୍ର, ରାଜେନ୍ଦ୍ର ମୁନି, ସୁଶ୍ରୀ ହିରା ବାଗ, କ୍ଷୀରୋଦ ବାଗ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଘନ ଶ୍ୟାମ ଅଗ୍ରୱାଲ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ବୈଦ୍ୟନାଥ ବେହେରା ସମେତ କଳସ ଯାତ୍ରା କମିଟି ର ଅଧ୍ୟକ୍ଷ ଗିରିଧାରି ନାଏକ, ସୌମ୍ୟ ରଞ୍ଜନ ନାଏକ, ଜଗା ବାଗ ଙ୍କ ଉପସ୍ଥିତି ରେ ମା ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶହ ଶହ ଭକ୍ତ ଙ୍କ ଗହଣରେ ମା ଙ୍କ କଳସ ନଗର ପରିକ୍ରମା ପରେ ମୁଖ୍ୟ ମଞ୍ଚରେ ପହଞ୍ଚିଥିଲା। ଉତ୍ସଵ ତିନି ଦିନ ଧରି ମା ମୁଖ୍ୟ ମଞ୍ଚରେ ପୂଜା ପାଇବେ।୧୮ ତାରିଖ ମା ଙ୍କ କଳସ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବ।ଚଳିତ ବର୍ଷ ଧର୍ମଗଡ ଉପଖଣ୍ଡ ଜୟ ପାଟଣା ବ୍ଲକ ର ଘୁମର ଜଳ ପ୍ରପାତ ଓ ଘୁମେଶ୍ୱର ଶୈବ ପୀଠ କୁ ଧର୍ମଗଡ ଉତ୍ସବ ମଞ୍ଚ ର ରୂପ ଦିଆଯାଇଛି।ଏଠାରେ ସୂଚନା ଯୋଗ୍ୟ ଯେ ଧର୍ମଗଡ ଉତ୍ସବ ମଞ୍ଚ ରେ ବିଭିନ୍ନ ସମୟ ରେ ଲୋକ ଲୋଚନ କୁ ଆସି ପାରି ନ ଥିବା କଳାହାଣ୍ଡି ଜିଲ୍ଲା ର କଳା , ସଂସ୍କୃତି,ଐତିହ୍ୟ ଓ ପରମ୍ପରା କୁ ନେଇ ସଦୃଶ୍ୟ ମଞ୍ଚ ପ୍ରସ୍ତୁତ କରାଯାଇ ଲୋକ ଲୋଚନକୁ ଅଣାଯାଇ ଥାଏ ଓ ଉତ୍ସବ ସମୟ ରେ ଏହି ମଞ୍ଚ ହିଁ ଅତିଥି, କଳାକାର ଓ ଦର୍ଶକ ଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଏହି ମଞ୍ଚରେ ଜିଲ୍ଲା, ଜିଲ୍ଲା ବାହାରର ତଥା ରାଜ୍ୟ ସ୍ତରୀୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ।