Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ଫାଇନାଲ, ଶଶୀ ଏକାଦଶ ବାନେର ଦଳ ଚାମ୍ପିୟାନ।

କୋକସରା:୧୫/୦୧
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମରେ ଗତ ୧୦/୦୧ ରୁ ଆରମ୍ଭ ହୋଇଥିବା ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ସୋମବାର ଉଦଯାପିତ ହୋଇଯାଇଛି। ଆଇଲି ଗ୍ରାମ ଖେଳ ପଡ଼ିଆ ରେ ଫାଇନାଲର ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ ବରିଷ୍ଠ ନେତା ଜନାର୍ଦନ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ସ୍ବର୍ଗତ ମହେନ୍ଦ୍ର ମାଝୀ ଙ୍କ ପୁତ୍ର ଓ ବଧୁ ତରୁଣ କୁମାର ମାଝୀ, ଯଶୋବନ୍ତି ମାଝୀ ସମେତ କୋକସରା ଭାଜପା ମଣ୍ଡଳ ସମ୍ପାଦକ ବିଜେପି ତ୍ରିନାଥ ଶବର ଉପସ୍ଥିତ ରହି ଫାଇନାଲ ଖେଳ ର ଉଭୟ ଦଳ ଶଶୀ ଏକାଦଶ ବାନେର ଓ ଛିନିକାଗୁଡା ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଖେଳ ଶିକ୍ଷକ ଦେବି ପ୍ରସାଦ ସାହୁ ଓ ବିରଞ୍ଚି ବାଗ ରେଫରି ଭାବେ ପରିଚାଳନା କରିଥିଲେ। ଛିନକାଗୁଡା କୁ ଫାଇନାଲରେ ହରାଇ ଶଶୀ ଏକାଦଶ ବାନେର ଚାମ୍ପିୟାନ ହୋଇଥିବା ବେଳେ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କୃତ କରିଥିଲେ। ଖେଳ ର ବିସ୍ତୃତ ଧାରା ବିବରଣୀ ଅଜୟ ଦୀପ ଓ ସୁଦାନ ନାଗ ଦେଇଥିଲେ। ଖେଳ ପରିଚାଳନା ରେ ଗ୍ରାମର ପିତାମ୍ବର ରାଉତ, ତରୁମଣି ସାହୁ,ବିରଞ୍ଚି ବାଗ, କେଶବ ମାଝୀ, ସୁବ୍ରତ ସାହୁ, ବିଷ୍ଣୁ ପ୍ରସାଦ ମାଝୀ, ରସିକଲାଲ ରାଉତ, ରିଖି ରାମ ରାଉତ,କେଶବ ଶବର, ଚୁଡାମଣି ମାଝୀ, କୋବିଦ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଫୁଟବଲ ଫାଇନାଲ ଦେଖିବାକୁ ପଡ଼ିଆ ରେ ଭରପୁର ଦର୍ଶକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ