ଖଣ୍ଡହତା ପଞ୍ଚଖଣ୍ଡା ସ୍ପୋର୍ଟିଂ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ଖେଳ ପଡିଆ ରେ ହେଉଥିବା ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ଉଫୁଲା କୁ ହରାଇ ଖଣ୍ଡହତା ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ଟି -୧୦ ଓ ୫-୫ ଓଭର ବିଶିଷ୍ଟ ହୋଇଥିଲା । ପ୍ରଥମ ଫର୍ମାଟ ରେ ଉଫୁଲା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୨ ଉଇକେଟ ହରାଇ ୧୫୧ ରନ କରିଥିଲା । ଦଳର ଲିପୁନ ୬୫ ଓ ସମ୍ବିତ ୬୨ ରନ କରିଥିଲା । ବିପକ୍ଷ ଗୋପୀନାଥ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଖଣ୍ଡହତା ଦଳ ୯.୩ ଓଭର ରେ ୫ ଉଇକେଟ ହରାଇ ୧୫୨ ରନ କରିଥିଲା। ଦଳର ରାକେଶ କର୍ମୀ ୬୩ ଓ ରଞ୍ଜନ ବେହେରା ୨୬ ରନ କରିଥିଲା। ବିପକ୍ଷ ଲିକୁନ ଗୋଟିଏ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ଉଫୁଲା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ରେ ୩ ଉଇକେଟ ହରାଇ ୬୭ ରନ କରିଥିଲା। ଜବାବରେ ଖଣ୍ଡହତା ଦଳ ୪ ଓଭର ରେ ୪ ଉଇକେଟ ହରାଇ ୬୮ ରନ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଖଣ୍ଡହତା ଦଳ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ଜୋନ -୨ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , ପଞ୍ଚାୟତ ନିର୍ବାହ ଅଧିକାରୀ ସରୋଜ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଖଣ୍ଡହତା ରାକେଶ କର୍ମୀ ଙ୍କୁ ମ୍ୟାନ ଅଫ ଫାଇନାଲ ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରିଥିଲେ। ଚାମ୍ପିଅନ ଖଣ୍ଡହତା ଦଳ କୁ ନଗଦ ୧୧ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଉଫୁଲା ଦଳ କୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ମୁନ୍ନା ପଧାନ ଓ ସୁଦର୍ଶନ ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରର ଏବଂ ବିକାଶ ଗାଇଗରିଆ ଓ ଗୋବିନ୍ଦ ପ୍ରଧାନ ଧରାବିବରଣି ପ୍ରଦାନ କରିଥିଲେ।