Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅସୁରକ୍ଷିତ ବନ୍ୟପ୍ରାଣୀ, ଡ଼ହଗାଁ ଡୋଙ୍ଗର ନିକଟରୁ ଭାଲୁର ମୃତଦେହ ଉଦ୍ଧାର।

କୋକସରା’୧୭/୦୧ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିନ କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା କୁମୁଡି ଡଙ୍ଗର ନିକଟରୁ ଏକ ଭାଲୁର ମୃତ ଦେହ ବୁଧବାର ଉଦ୍ଧାର ହୋଇଛି। ସୂଚନା ଅନୁସାରେ ବୁଧବାର ସକାଳୁ ସର୍ଗିଗୁଡ଼ା କୁମୁଡି ଡ଼ଙ୍ଗରର ରାନ୍ଦନିସାଲ ନିକଟରୁ ଏକ ଭାଲୁର ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ବନପାଳ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତ ଦେହ ଉଦ୍ଧାର କରିଛନ୍ତି। ମୃତ ଭାଲୁର ଦେହରେ ଅନେକ ସ୍ଥାନରେ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳିଛି। ଏଣେ ନିକଟସ୍ଥ ଡଙ୍ଗରି ରେ ବେଆଇନ ଭାବେ ପଥର ବ୍ଳାଷ୍ଟିଂରେ ବ୍ୟବହୃତ ହେଉଥିବା ବାରୁଦ ଗୁଣ୍ଡ ଓ ଅନେକ ରାସାୟନିକ ସାମଗ୍ରୀ ଯୋଗୁଁ ବନ୍ୟପ୍ରାଣୀ ର ଏଭଲି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏ ବିଷୟରେ ଧର୍ମଗଡ଼ ରେଞ୍ଜ ଅଫିସର ଭବାନୀ ଶଙ୍କର କାଉଁରଙ୍କୁ ପଚାରିବାରୁ ମୃତ ଭାଲୁର ଶବ ବ୍ୟବଚ୍ଛେଦ କରାଯାଇଛି। ଭାଲୁ ର ସ୍ବାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଥିବା ସେ କହିଛନ୍ତି।