Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧନା

ଭବାନୀପାଟଣା, ୧୮/୦୧ (ଜଗନ୍ନାଥ ନାଏକ) : ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାଳିଶରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଉତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା, ସାଧାରଣ ଜ୍ଞାନରେ ପାରଦର୍ଶିତା ପାଇଁ ଏସବି ଅଂଶ, ହିମାଳୟ ଆରୋହୀ ଘନଶ୍ୟାମ ବେହେରା ଓ ସାଥୀ, ଲୋକକଳା ଗବେଷକ ତଥା ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା, ଘୁମୁରା ଗବେଷକ ସତ୍ୟନାରାୟଣ ମହାପାତ୍ର, ଶିଶୁ ବୈଜ୍ଞାନିକ ସୌମ୍ୟରଞ୍ଜନ ସିଂଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରୁ ଚିତ୍ରଶିଳ୍ପୀ ଅଙ୍କିତା ସାହୁ, ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ, ଶିକ୍ଷକତା ପାଇଁ ବିଜ୍ଞାନଶିକ୍ଷକ ସନ୍ତୋଷ କୁମାର କର, ସହଦେବ ବୁଦ୍ଧିଆ, ରଜନୀକାନ୍ତ ମେହେର, ପି. ଲକ୍ଷ୍ମୀ ଆଚାରୀ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଶୁଭମ ମହାକୁଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବୈଦ୍ୟ ପବିତ୍ର ଶବର, କବି ମଙ୍ଗଳ ପାଲ, ବାଇକ ଆମ୍ବୁଲାନ୍ସ ଚାଳକ ଡମ୍ବରୁଧର ଚଣ୍ଡୀ, ଅଭିନୟରେ ଉତ୍କର୍ଷତା ପାଇଁ ମରଣୋତ୍ତର ଭାବେ ଶୈଳେନ୍ଦ୍ର ଆଚାର୍ଯ୍ୟ, ଗୁରଜିମୁଣ୍ଡା ଗାଁ ସମିତି, ଗୋଲାମୁଣ୍ଡା ଜଙ୍ଗଲ ସୁରକ୍ଷା ସମିତି, ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତି, ଲାଖମରା ପାଇଁ ରାଜକୁମାର ଫତେକେଶରୀ ଦେଓ, ଭବାନୀପାଟଣା ଦୂରଦର୍ଶନ, ସମାଜସେବୀ ସେନାପତି ନାଏକଙ୍କ ସମେତ ଜିଲ୍ଲାରୁ ଓଏଏସ୍ ବନିଥିବା ୧୧ଜଣ ଅଧିକାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଉଦଯାପନୀ ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ଉପସ୍ଥିତିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ତନ୍ମୟ ଦରୱାନ, ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି, ସିଆର୍ ପିଏଫ୍ ୬୪ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ପ୍ରମୁଖ ଏହି କୃତୀବିଦ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର ବିତରଣ କମିଟିର ଅଧ୍ୟକ୍ଷ ତଥା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥିଙ୍କ ଉପସ୍ଥିତିରେ ସଦସ୍ୟ ପ୍ରଦୀପ କୁମାର ମୁଣ୍ଡ, ପ୍ରତାପ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଅଫିଆ ବଶୀର, ଅନମୋଲ ଅଙ୍କିତା, ବିଶାଖା ନାଏକ ପ୍ରମୁଖଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଶୀର୍ଷକ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।